ସନଷ୍ଟାର ଟିଭି ବ୍ୟୁରୋ
ଜେଡ୍ଡା: ଗତ କିଛି ସପ୍ତାହ ହେବ ପୁଣି ଥରେ କୋଭିଡ-୧୯ ର ପ୍ରଭାବ ବଢିବାର ଲାଗିଛି । କୋଭିଡର ପ୍ରଭାବ ଏବେ ଧୀରେ ଧୀରେ ବଢିବାର ଲାଗିଛି । ଏହାକୁ ନଜରରେ ରଖି ସାଉଦି ଆରବ ତା’ର ନାଗରିକଙ୍କୁ ୧୬ ଟି ଦେଶକୁ ଯାତାୟତ ବନ୍ଦ କରିଛି । ସାଉଦି ଆରବ ଭାରତ ସମେତ ୧୫ ଟି ଦେଶକୁ ଯାତାୟତ କରିବା ଉପରେ ରୋକ ଲାଗାଇଛନ୍ତି ଅନ୍ୟ ୧୫ ଟି ଦେଶ ହେଲା ଲେବାନନ୍, ସିରିଆ, ତୁର୍କୀ, ଇରାନ, ଆଫାଗାନିସ୍ତାନ, ୟେମେନ, ସୋମାଲିଆ, ଇଥିଓପିଆ, ଡେମୋକ୍ରାଟିକ୍ ରିପବ୍ଲିକ ଅଫ୍ କଙ୍ଗୋ, ଲିବିୟା, ଇଣ୍ଡୋନେସିଆ, ଭିଏଥନାମ, ଆର୍ମେନିଆ, ବେଲାଋଷ ଏବଂ ଭେନେଜୁଲିଆ ବୋଲି ଗଲ୍ଫ ନିୟୁଜ ରିପୋର୍ଟରେ ପ୍ରକାଶ ପାଇଛି। ଏହା ସହ ସାଉଦି ଆବରର ଡେପୁଟି ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲ୍ଲା ଆସିରି କହିଛନ୍ତି ଯେ ଦେଶରେ ମଙ୍କିଫକ୍ସ ଭାଇରସ୍ ଆସିନାହିଁ । ଯଦି ଏହା ଦେଶରେ ଚିହ୍ନଟ କରାଯାଏ ତେବେ ସାଉଦି ଆରବ ମଙ୍କିଫକ୍ସ ଭୂତାଣୁ ସହ ଲଢେଇ ପାଇଁ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି । ଏହା ସହ ସାଧାଣର ଜନତାଙ୍କୁ ଭୟ କରିବାର କୌଣସି କାରଣ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି ।(ରିପୋର୍ଟ: ସୋନାଲି)