ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ୟୁପିରେ ସ୍ୱଚ୍ଛତା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ପୋଷା କୁକୁର ରଖନ୍ତି ସେମାନଙ୍କ ପାଇଁ ସେ କଡା ନିର୍ଦ୍ଦେଶ ଦିଆଯାଇଛନ୍ତି। ସେ କହିଛନ୍ତି ଯେ ଯେଉଁ ଲୋକମାନେ ଗୃହପାଳିତ କୁକୁରମାନଙ୍କୁ ଘରେ ରଖନ୍ତି, ସେମାନେ ରାସ୍ତାରେ କୁକୁରମାନଙ୍କୁ ନେଇ ଅପରିଷ୍କାର ସୃଷ୍ଟି କରିବା ଉଚିତ୍ ନୁହେଁ। ଆବଶ୍ୟକ ହେଲେ ସେଗୁଡ଼ିକୁ ପଞ୍ଜିକରଣ କରିବାକୁ ନିଶ୍ଚିତ କରନ୍ତୁ । କେବଳ ଏତିକି ନୁହେଁ ସେମାନଙ୍କର ଟୀକାକରଣକୁ ଠିକ୍ ସମୟରେ କରିବା ସହ ତାକୁ ନିଶ୍ଚିତ କରନ୍ତୁ ବୋଲି ସେ ପରାମର୍ଶ ଦେଇନ୍ତି। ସେ ଏହି ପ୍ରସଙ୍ଗରେ ଧ୍ୟାନ ଦେଇ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ଅନ୍ୟାନ୍ୟ ଦାୟିତ୍ବ ପ୍ରାପ୍ତ ବିଭାଗକୁ ପଦକ୍ଷେପ ନେବାକୁ କହିଛନ୍ତି।