ସନଷ୍ଟାର ଟିଭି ବ୍ୟୁରୋ

ରିପୋର୍ଟ:ହିନ୍ଦୁ ଧର୍ମରେ ବିବାହକୁ ବହୁ ପ୍ରଧାନ୍ୟ ଦିଆଯାଇଥାଏ । ବହୁ ରୀତିନୀତି ମଧ୍ୟରେ ବିବାହ ହୋଇଥାଏ । ସେଥିପାଇଁ ବିବାହରେ ସବୁ ପ୍ରଥା ଏବଂ ପରମ୍ପରା କୁ ଅନୁସରଣ କରିବାକୁ ପଡିଥାଏ । ତେବେ ଏହି ସବୁ ରୀତିନୀତି କରିବାକୁ ବହୁ ସମୟ ମଧ୍ୟ ଲାଗିଥାଏ । ହିନ୍ଦୁ ବିବାହ ପାଇଁ ପ୍ରାୟତଃ ୫ ରୁ ୬ ଘଣ୍ଟା ସମୟ ଲାଗିଥାଏ । ହିନ୍ଦୁ ବିବାହରେ ଦିନଭରି ଊଭୟ ବର ଓ କନ୍ୟାକୁ ଉପାସ କରିବାକୁ ପଡିଥାଏ । ଏହା ସହ କନ୍ୟା ଦାନ କରିବାକୁ ଉଭୟ କନ୍ୟାଙ୍କର ମା ଏବଂ ବାପାଙ୍କୁ ମଧ୍ୟ ଉପାସ କରିବାକୁ ପଡିଥାଏ । କାରଣ ବିବାହ ହେଉଛି ଏକ ପୁଣ୍ୟ କାର୍ଯ୍ୟ। ଦିନ ଭରି ଉପବାସ ଭିତରେ ପ୍ରାୟତଃ ସମସ୍ତେ କ୍ଲାନ୍ତ ହୋଇପଡନ୍ତି । ଏବେ ଏହି ବିବାହକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ପୁରୋହିତ ଜଣକ ସାତ ଫେରା ନେଉଥିବା ଯୋଡିଙ୍କୁ ଚାଲିବା ବଦଳରେ ଦୌଡିବାକୁ କହୁଛନ୍ତି ।
ଏହି ଭିଡିଓଟି ଇନଷ୍ଟାଗ୍ରାମରେ ‘ୱେଡ୍ଏବାଉଟ’ ଦ୍ୱାରା ସେୟାର କରାଯାଇଛି । ଭିଡିଓରେ ଦମ୍ପତି ବିବାହର ଅନ୍ତିମ ଫେରା ନେଉଥିବା ସମୟରେ ପୁରୋହିତ ଜଣକ ‘ଭାଗଲୋ ବେଟା ଭାଗଲୋ’ କହୁଥିବାର ଶୁଣିବାକୁ ମିଳୁଛି । ତେବେ ପୁରୋହିତ ଜଣକ ଏହି କଥାକୁ ଅତି ମଜାଳିଆ ଢଙ୍ଗରେ କହୁଥିବାର ଶୁଣାଯାଉଛି । ଏହା ଶୁଣି ସେଠାରେ ଉପସ୍ଥିତ ଥିବା ଅତିଥି ସହ ଉଭୟ ବର ଏବଂ କନ୍ୟାଙ୍କ ମୁହଁରେ ହସ ଫୁଟିଥିଲା । ତେବେ ଭିଡିଓଟି ବର୍ତ୍ତମାନ ବହୁ ସେୟାର କରାଯାଉଥିବା ବେଳେ ଏହାର କ୍ୟାପସନରେ ତୁମର ବିବାହରେ ଏଭଳି ଜଣେ ମଜାଦାର ପୁରୋହିତଙ୍କର ଆବଶ୍ୟକତା ରହିଛି କି ବୋଲି ଲେଖାଯାଇଛି ।(ରିପୋର୍ଟ:ସୋନାଲି)