ସନଷ୍ଟାର ଟିଭି ବ୍ୟୁରୋ

ପୁରୀ : ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା। ପୁରୀ ରେ ଜୋରସୋର ଚାଲିଛି ରଥକାମ। ଆଗାମୀ ୨୨ତାରିଖ ଦିନ ଭଉଁରି ତିଥିରେ ପରମ୍ପରା ଅନୁଯାୟୀ ତିନୋଟି ଅଖରେ ୬ଗୋଟି ଚକ ଡେରାଯିବ । ତାହାକୁ ଦୃଷ୍ଟିରେ ରଖି ମହାରଣା ସେବକ ଚକ ଓ ଅଖ ନିର୍ମାଣରେ ଲାଗି ପଡିଛନ୍ତି । ଗୁରୁବାର ସନ୍ଧ୍ୟାସୁଦ୍ଧା ତିନିରଥର ୧୮ଟି ଚକ ନିର୍ମାଣ ଶେଷ ହୋଇଛି । ଏହାଛଡା ତିନୋଟି ଅଖ ନିର୍ମାଣ କରାଯାଇଛି । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୭ , ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ୬ ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ୫ଟି ଚକ ନିର୍ମାଣ କରାଯାଇଛି ବୋଲି ସୂଚନାମିଳିଛି ।

ତିନିରଥର ୪୨ ଚକ ମଧ୍ୟରୁ ଅନ୍ୟ ତୁମ୍ବ ଗୁଡିକରେ ଅର ଏବଂ ପହି ସଂଯୋଗ କରାଯାଉଛି । ସେହିପରି ତାଳଧ୍ଵଜ ରଥର ୭ଯୋଖା ନିର୍ମାଣ କରାଯାଇଛି । ଦେବଦଳନ ରଥର ୭ ଏବଂ ନନ୍ଦିଘୋଷ ରଥର ୯ଗୋଟି ଯୋଖା ପ୍ରସ୍ତୁତ କରାଯାଇଛି । ରୂପକାର ସେବକଙ୍କ ଦ୍ଵାରା କୋଣଗୁଜରେ ନୃସିଂହଙ୍କ ମୂର୍ତ୍ତି ଖୋଦେଇ କରାଯାଉଛି ।

ତିନିରଥର ୧୮ଟି ଗୁଜରେ ସିଂହବିରାଳ ମୂର୍ତ୍ତି ଖୋଦେଇ କରାଯାଉଥିବାର ଜଣାପଡିଛି । କମାରଶାଳରେ ଓଝା ସେବକଙ୍କ ଦ୍ଵାରା ତୁମ୍ପାଇଁ ପନ୍ଦାରି ଏବଂ ବଳା ନିର୍ମାଣ ଅବ୍ୟାହତ ରହିଛି । ଶୁକ୍ରବାର ମହାରଣା , ଭୋଇ , କମାର , ପହି ମହାରଣା ଏବଂ ରୂପକାର ସେବକଙ୍କ ସମେତ ୧୯୧ଜଣ ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି ।