ସନଷ୍ଟାର ଟିଭି ବ୍ୟୁରୋ
ଚଣ୍ଡିଗଡ଼: ଗୁରୁବାର ଦିନ ଭାରତର ସୁପ୍ରିମକୋର୍ଟଙ୍କ ଏକ ପୁରୁଣା ମାମଲାରେ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ କଂଗ୍ରେସ ନେତା ନବଜୋତ ସିଂ ସିନ୍ଧୁ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ଏକ ବର୍ଷ କାରାଦଣ୍ଡ ସମ୍ପର୍କରେ ପଚରାଯିବା ପରେ ଶ୍ରୀ ସିଦ୍ଧୁ ଗଣମାଧ୍ୟମକୁ କହିଛନ୍ତି ଯେ କୌଣସି ମନ୍ତବ୍ୟ ନାହିଁ ବୋଲି କହିଛନ୍ତି।
ଶ୍ରୀ ସିଦ୍ଧୁଙ୍କ ବିରୋଧରେ ଦଣ୍ଡବିଧାନ ପ୍ରସଙ୍ଗରେ ଗୁରୁବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ସମୀକ୍ଷା ବୈଠକକୁ ଅନୁମତି ଦେଇ କହିଛନ୍ତି। ଆମେ ଦଣ୍ଡ ପ୍ରସଙ୍ଗରେ ସମୀକ୍ଷା ଆବେଦନକୁ ଅନୁମତି ଦେଇଛୁ। ଜରିମାନା ବ୍ୟତୀତ ଆମେ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ।
ତେବେ ସୂଚନାମୁତାବକ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଉପରେ ତିନି ବର୍ଷ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛି। ଏହାସହିତ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଡିସେମ୍ବର ୨୭, ୧୯୮୮ ରେ ସିଦ୍ଧୁ ଜଣେ ଗୁରୁନମ ସିଂଙ୍କୁ ତାଙ୍କ ମୁଣ୍ଡରେ ଆଘାତ କରିଥିଲେ। ଯେଉଁଥିରେ ପୀଡିତାଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ହୋଇଥିଲା। ତେବେ ଏହି କାରଣରୁ ସିଦ୍ଧୁଙ୍କୁ ଏକ ବର୍ଷର ଜେଲ ଦଣ୍ଡ ଦିଆଯାଇଛି। ପାର୍କିଙ୍ଗ କୁ ନେଇ ବୃଦ୍ଧାଙ୍କ ସହିତ ସିଦ୍ଧୁଙ୍କର ବଚସା ହୋଇଥିଲା। ଯେଉଁଥିରେ ସିଦ୍ଧୁ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟ ହୋଇଥିଲ।।