ସନଷ୍ଟାର ଟିଭି ବ୍ୟୁରୋ
ଉତ୍ତରପ୍ରଦେଶ: ବଦଳିବ କି ଲକ୍ଷ୍ନୌର ନାମ । ଲକ୍ଷ୍ନୌ ପରିବର୍ତ୍ତେ ହୋଇପାରେ ଲକ୍ଷ୍ମଣ ନଗରୀ । ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କର ଏକ ଟ୍ୱିଟରୁ ମିଳିଛି ଏଭଳି ସଙ୍କେତ । ତେବେ ଏ ବିଷୟର ଆରମ୍ଭ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଦ୍ୱାରା ହୋଇଛି। ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ଦେଇ ନେପାଳ ଯାଇଥିଲେ । ନେପାଳରେ ବୃଦ୍ଧଙ୍କର ଜନ୍ମ ସ୍ଥାନ ଲୁମ୍ବିନି ଦର୍ଶନ କରି ପ୍ରଧାନମନ୍ତ୍ରୀ ଫେରିବା ସମୟରେ ପୁଣି ଉତ୍ତରପ୍ରଦେଶ ହୋଇଫେରିଥିଲେ ।
ତେବେ ମୋଦିଙ୍କର ଏହି ଗସ୍ତ ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଟ୍ୱିଟ କରିଥିଲେ । ଏହି ଟ୍ୱିଟ ରେ ‘ଶେଷ ଅବତାର ଭଗବାନ ଲକ୍ଷ୍ମଣଙ୍କର ପାୱାର ନଗରୀକୁ ଲକ୍ଷ୍ନୌ କୁ ଆପଣଙ୍କୁ ସ୍ୱାଗତ’ ବୋଲି ଲେଖାଯାଇଥିଲା । ତେବେ ଯୋଗୀଙ୍କର ଟ୍ୱିଟରେ ପ୍ରଥମ ଥର ଏଭଳି ଶବ୍ଦର ବ୍ୟବହାର କରାଯାଇଛି । ଏହି ଟ୍ୱିଟ ପରେ ସନ୍ଦେହ କରାଯାଉଛି ଯେ ଲକ୍ଷ୍ନୌ ନାମ ପରିବର୍ତ୍ତନ କରି ଲକ୍ଷ୍ମଣ ନଗରୀ ରଖାଯାଇପାରେ ।
ଏଭଳି ସନ୍ଦେର କାରଣ ହେଉଛି ଯୋଗୀଙ୍କ ଟ୍ୱିଟ ଦ୍ୱାରା ବ୍ୟବହାର କରାଯାଇଥିବା ଶବ୍ଦ ‘ଲକ୍ଷ୍ମଣ ନଗରୀ’। ତେବେ ଏହା ପୂର୍ବରୁ ମଧ୍ୟ ବହୁବାର ଲକ୍ଷ୍ନୌ ନାମ ପରିବର୍ତ୍ତନ କରି ଲକ୍ଷ୍ମଣ ପୁରୀ, ଲକ୍ଷ୍ମନପୁରୀ ଏବଂ ଲକ୍ଷ୍ମଣପୁର କରିବାକୁ ଦାବି କରାଯାଇଥିଲା । ତେବେ ପ୍ରଭୁ ଶ୍ରୀରାମଙ୍କର ଜନ୍ମ ଭୂମି ଅଯୋଧ୍ୟ୍ୟା ଲକ୍ଷ୍ନୌ ଠାରୁ ୮୦ କିଲୋ ମିଟର ଦୂରରେ ଅବସ୍ଥିତ । ପ୍ରଭୁ ଶ୍ରୀ ରାମଙ୍କର ସାନ ଭାଇ ଲକ୍ଷ୍ମଣଙ୍କ ଦ୍ୱାରା ଲକ୍ଷ୍ନୌ ର ସୃଷ୍ଟି ବୋଲି କୁହାଯାଏ ।ସୂଚନାମୁତାବକ, ଲକ୍ଷ୍ନୌ ରେ ରହିଥିବା ଲକ୍ଷ୍ମଣ ଟିଲା, ଲକ୍ଷ୍ମଣ ପୁରୀ,ଲକ୍ଷ୍ମଣ ପାର୍କ ସମେତ କେତେକ ଜାଗାର ନାମ ଯାହା ଭଗବାନ ଲକ୍ଷ୍ମଣଙ୍କ ନାମରେ ନାମିତ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶାସନରେ ବହୁ ଟ୍ରେନ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଛି । ଏହା ସହ ବହୁ ସହରର ନାମ ପରିବର୍ତ୍ତନ କରାଯିବା ନେଇ ଦାବି କରାଯାଉଛି । ତେବେ ଯୋଗୀଙ୍କର ଏଭଳି ଟ୍ୱିଟ କୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।(ରିପୋର୍ଟ:ସୋନାଲି)