ସନଷ୍ଟାର ଟିଭି ବ୍ୟୁରୋ
ଦିଲ୍ଲୀ: ଜାତୀୟ ରାଜଧାନୀରେ ଗୋଟିଏ ପରେ ଗୋଟିଏ ସଙ୍କଟ ଦେଖା ଦେବାରେ ଲାଗିଛି । ଏହି କିଛି ଦିନ ହେବ ବିଦ୍ୟୁତକୁ ନେଇ ସମସ୍ୟା ଦେଖା ଦେଇଥିବା ବେଳେ ଏବେ ପୁଣି ଉତ୍କଟ ହୋଇଛି ପିଇବା ପାଣିର ସମସ୍ୟା । ତେବେ ଏହି ସମସ୍ୟା ଦୈନଦିନ ବଢୁଥିବା ତାପମାତ୍ରା ପାଇଁ ଦେଖାଦେଇଛି । ଏହି କିଛି ଦିନ ହେବ ଦେଶରେ ଖରାର ତାପମାତ୍ର ଏତେ ବଢ଼ଇବାର ଲାଗିଛି ଯାହା ଫଳରେ ଯମୁନା ଶୁଖିଯାଇଛି । ସୂଚନାମୁତାବକ ୧୬ମଇ ୨୦୨୨ ସୋମବାର ଦିନ ଦିଲ୍ଲୀ ସରକାର ଉତ୍କଟ ପାଣି ସମସ୍ୟାକୁ ନେଇ ରାଜଧାନୀବାସୀନ୍ଦାଙ୍କୁ ସୂଚନା ଦେଇଥିଲେ । ମଙ୍ଗଳବାର ଠାରୁ ଏହି ସମସ୍ୟା ଦେଖା ଦେବ ବୋଲି ଦିଲ୍ଲୀର ଜଳ ବୋର୍ଡ (ଡିଜେବି) ସୂଚନା ଦେଇଥିଲେ । ସୂଚନା ପାଇବା ପରେ ରାଜଧାନୀ ବାସିନ୍ଦା ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି । ଦିନକୁ ଦିନ ଏଭଳି ଭୟଙ୍କର ସମୟ ଦେଇ ଗତି କରୁଛି ରାଜଧାନୀ ଦିଲ୍ଲୀ। ତେବେ ସେଠାକାର ବାସିନ୍ଦା ଭୟଭିତ ହୋଇ ନିଜ ନିଜ ପାଣି କେନ ଏବଂ ପାଣି ବୋରରେ ତାଲା ପକାଉଥିବାର ମଧ୍ୟ ଦେଖିବାକୁ ମିଳିଛି । (ରିପୋର୍ଟ:ସୋନାଲି)