ସନଷ୍ଟାର ଟିଭି ବ୍ୟୁରୋ
ପାଟନା : ଲାଲୁଙ୍କ ନାମରେ ଖୋଲିବ ଲାଲୁ ପାଠ ଶାଳା। କିଛି ଦିନ ତଳେ ସୋନୁ ବୋଲି ଗୋଟିଏ ଛୋଟ ବାଳକର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ତେବେ ଭାଇରାଲ ହେବାର କାରଣ ମୋବାଇରେ ଖେଳ କି ଅନ୍ୟକିଛି ନୁହେଁ ବରଂ ପାଠ ପଢ଼ିବା ପାଇଁ ନିବେଦନ ଥିଲା। ଯେଉଁଥିରେ ସେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ପାଠ ପଢ଼ିବା ପାଇଁ ନିବେଦନ କରୁଥିବାର ଦେଖିବାକୁ ମିଳିଥିଲା। ଏହାସହିତ ସେ କହୁଥିବାର ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ା ହେଉ ନାହିଁ। ଆଉ ତାଙ୍କ ବାପା ମଦ ପିଇ କି ସବୁ ରୋଜଗାର ଟଙ୍କାକୁ ବରବାଦ କରୁଥିବାରୁ ସେ ପ୍ରାଇଭେଟ ସ୍କୁଲରେ ପାଠ ପଢ଼ି ପାରୁ ନାହନ୍ତି। ସେ ପାଠ ପଢ଼ିବାକୁ ଚାହାନ୍ତି ତେଣୁ ତାଙ୍କୁ ଶିକ୍ଷା ଦିଆଯାଉ ବୋଲି ସେ ନିବେଦନ କରିଥିଲେ। ସୋନୁଙ୍କ କହିବା ଅନୁସାରେ ସରକାର ସ୍କୁଲରେ ଗୁଣୋତ୍ତମ ଶିକ୍ଷା ମିଳୁ ନାହିଁ। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିତିଶ କୁମାରଙ୍କ ସାମ୍ନାରେ ଦୁଇଟି ବିଦ୍ୟାଳୟର ନାମ ମଧ୍ୟ ରଖିଛନ୍ତି। ସେ କହିଛନ୍ତି ମୋତେ ସୌନିକ ସ୍କୁଲ କିମ୍ବା ସିମୁଲତଲଲା ବିଦ୍ୟାଳୟରେ ନାମ ଲେଖିବାକୁ ସୁଯୋଗ ଦିଆଯାଉ। ଏହାଛଡା ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ମଧ୍ୟ ରହିଛନ୍ତି।
ତେବେ ରାଜ୍ୟରେ ବିଦ୍ୟାର ସ୍ଥିତିକୁ ଏଭଳି ଦେଖି ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଏବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଲାଲୁଙ୍କ ନାମରେ ଏହି ସ୍କୁଲ ଖୋଲାଯିବ ଓ ସେଠାରେ କେବଳ ଗରିବ ତଥା ବଞ୍ଚିତ ଶ୍ରେଣୀର ପିଲା ପଢ଼ିବେ ବୋଲି ସେ ମନସ୍ଥ କରିଛନ୍ତି । ସ୍କୁଲର ନାମ ସେ ‘ ଲାଲୁ ପାଠଶାଲା ’ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ବହୁଚର୍ଚ୍ଚିତ ବାଳକ ସୋନୁ ଭ୍ରଷ୍ଟାଙ୍କ ଦୃଷ୍ଟାନ୍ତ ରଖିଛନ୍ତି । ତାଙ୍କ ସ୍କୁଲ ଖୋଲିଲେ ସୋନୁମାନଙ୍କର ଶିକ୍ଷାରେ ଆଉ ସମସ୍ୟା ରହିବ ନାହିଁ ବୋଲି ତେଜ୍ ପ୍ରତାପ କହିଛନ୍ତି । ବିହାରରେ ୧୧ ବର୍ଷୀୟ ସୋନୁ ନିଜ ଶିକ୍ଷାକୁ ନେଇ ଚର୍ଚ୍ଚାରେ ଆସିଥିଲେ। ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠାରୁ ଆରମ୍ଭ କରି ତେଜ ପ୍ରତାପଙ୍କଠାରୁ ପାଠପଢ଼ିବା ପାଇଁ ସହାୟତା ଲୋଡ଼ିବା ସହ ଭବିଷ୍ୟତରେ ଆଇଏଏସ୍ ହେବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି । ତେଜ ପ୍ରତାପ ତାଙ୍କ ସହ କଥାର ହେବା ପରେ ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ।