ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: କୁହନ୍ତି ପ୍ରତ୍ୟେକ ସଫଳ ମଣିଷଙ୍କ ପଛରେ ଜଣେ ନାରୀ ର ହାତ ରହିଥାଏ। ତେଣୁ ଆମେ ସେହି ନାରୀ ମାନଙ୍କୁ ସମ୍ମାନ ଜଣାଇବା ଆବଶ୍ୟକ। ତେବେ ଯେପରି ଆମେ ମାତୃତ୍ବ ଦିବସ ପାଳନ କରୁଛେ ଠିକ ସେହିପରି ପତ୍ନୀ ଦିବସ ମଧ୍ୟ ପାଳନ କରିବାକୁ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଆଥୱାଲେ । ରବିବାର ଦିନ ମାତୃ ଦିବସ ଅବସରରେ ସେ “ପତ୍ନୀ ଦିବସ” ପାଳନ କରିବାକୁ ଦାବି କରିଛନ୍ତି।
ମହାରାଷ୍ଟ୍ରର ସାଙ୍ଗଲିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଆଥୱାଲେ କହିଛନ୍ତି ଯେ ଜଣେ ମା ଜନ୍ମ କରିଥାନ୍ତି ଯେତେବେଳେ ଜଣେ ପତ୍ନୀ ଭଲ ଏବଂ ଖରାପ ସମୟରେ ତାଙ୍କ ସ୍ୱାମୀଙ୍କ ପାଖରେ ଛିଡା ହୋଇଥାଆନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳା ଅଛନ୍ତି। ଆମେ ପତ୍ନୀ ଦିବସ ପାଳନ କରିବା ଉଚିତ୍। ସୂଚନାମୁତାବକ ମେ ମାସର ଦ୍ୱିତୀୟ ରବିବାରରେ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ କରାଯାଏ।