ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଟମାଟୋ ଦର ହେଲା ଆକାଶ ଛୁଆଁ ।ଏହି କିଛି ଦିନ ହେବ ଟମାଟୋ ଦର ହୁ ହୁ ହୋଇ ବଢିବାର ଲାଗିଛି । ଟମାଟୋ ଦର ଏବେ ୧୦୦ ଟପି ୧୨୦ ରେ ପହଞ୍ଚିଛି । ମଧୁମେହ ରୋଗରେ ପିଡୀତ ଲୋକେ ଟମାଟୋ କୁ ତାଙ୍କ ଖାଦ୍ୟରେ ଅଧିକ ବ୍ୟବହାର କରିଥାନ୍ତି । କିନ୍ତୁ ଟମାଟୋର ଏଭଳି ଦର ବୃଦ୍ଧିକୁ ଦେଖି କିଛି ଲୋକେ ବିଲକୁଲ କିଣୁନଥିବା ବେଳେ କିଛି ଲୋକେ କିଲେ ଜାଗାରେ ଅଢେଇଶ, ପାଞ୍ଚଶ ନେଇ କାମ ଚଳାଉଛନ୍ତି । ଟମାଟୋ ମୁଖ୍ୟତଃ ରାୟପୁର ଏବଂ ନାସିକ୍ ରୁ ଆସିଥାଏ । ଏବେ ‘ଅସାନି’ ଭୟରେ ଭୁବନେଶ୍ବରକୁ ଯୋଗାଣ ବନ୍ଦ ରହିଛି। ସେଥିପାଇଁ ବର୍ତ୍ତମାନ ବଜାରରେ ଟମାଟୋ ଦର ବଢିଥିବା ସୂଚନା ମିଳିଛି । ତେବେ ଟମାଟୋ ଦର କେବଳ ଗ୍ରାହାକ ଉପରେ ଚଡକ ପକାଇନାହିଁ ଏହା ବିକ୍ରେତାଙ୍କ ଉପରେ ମଧ୍ୟ ସମାନ ପ୍ରଭାବ ପକାଇଛି।(ରିପୋର୍ଟ:ସୋନାଲି)