ସନଷ୍ଟାର ଟିଭି ବ୍ୟୁରୋ
କଲମ୍ବୋ: ବହୁ ଦିନ ଧରି ଆର୍ଥିକ ଅନଟନ ଭିତରେ ବୁଡି ରହିଛି ଶ୍ରୀଲଙ୍କା । ସତ୍ତାରେ ଥିବା ନେତାମାନେ କୌଣସି ସମସ୍ୟାର ସମାଧାନ କରି ପାରୁନାହାଁନ୍ତି । ତେବେ ଏଭଳି ଭୟଙ୍କର ପରିସ୍ଥିତି ଭିତରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି ରନିଲ ଓ୍ବିକ୍ରମସିଂଙ୍ଘେ ।ଗୁରୁବାର ସକାଳୁ ରନିଲ ଓ୍ବିକ୍ରମସିଂଙ୍ଘେ ଶପଥ ଗ୍ରହଣ କରିଛନ୍ତି । ଶ୍ରୀଲଙ୍କାର ୨୬ତମ ପ୍ରଧାନମନ୍ତ୍ରୀ ଭାବରେ ୭୩ ବର୍ଷିୟ ରନିଲ ଓ୍ବିକ୍ରମସିଂଙ୍ଘେ ଦେଶର ଶାସନ ଭାର ଗ୍ରହଣ କରିଛନ୍ତି । ପୂର୍ବରୁ ୫ ଥର ପ୍ରଧାନମନ୍ତ୍ରୀ ରହିଥିବା ରନିଲ ଦେଶର ଏଭଳି ସ୍ଥତିରେ ତାଙ୍କର ପୂର୍ବ ଅଭିଜ୍ଞତାକୁ ନେଇ କାମ କରିବେ ଏବଂ ଦେଶର ଏଭଳି ପରିସ୍ଥିତିକୁ ନିଶ୍ଚୟ ସୁଧାରିବେ ବୋଲି ତାଙ୍କ ଦଳ ସହ ଶ୍ରୀଲଙ୍କାର ସାଧାରଣ ନାଗରିକ ଆଶା ରଖିଛନ୍ତି ।(ରିପୋର୍ଟ:ସୋନାଲି)