ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଶିବସେନା ବିଧାୟକ ରମେଶ ଲାଟକେ ପରଲୋକ । ମୁମ୍ବାଇର ଶିବସେନା ରମେଶ ଲାଟକେ ଦୁବାଇରେ ହୃଦ୍ଘାତରେ ମୃତ୍ୟୁ ବରଣ କରିଛନ୍ତି ବୋଲି ଦଳର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି। ରମେଶ ଲାଟକେଙ୍କୁ 52 ବର୍ଷ ହୋଇଥିଲେ। ଲାଟକେ ମୁମ୍ବାଇର ଆନ୍ଧେରି ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦୁଇଥର ଶିବସେନା ବିଧାୟକ ଥିଲେ । ପାର୍ଟି କାର୍ଯ୍ୟାଳୟର ଅଧିକାରୀ କହିଛନ୍ତି, “ରମେଶ ଲାଟକେ ବୁଧବାର ଦୁବାଇରେ ମୃତ୍ୟୁବରଣ କରିଥିଲେ, ଯେଉଁଠାରେ ସେ ତାଙ୍କ ପରିବାର ସହିତ ଛୁଟିରେ ଯାଇଥିଲେ। । ସୂଚନାମୁତାବକ, ତାଙ୍କ ଶବକୁ ଭାରତକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ବିଷୟରେ ଆମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ସୂଚନା ଦେଇଛୁ। ଗୁରୁବାର ଦିନ ମୃତଦେହକୁ ଫେରାଇ ନିଆଯିବ ବୋଲି ଆମେ ଆଶା କରୁଛୁ ବୋଲି ସେ ନ୍ୟୁଜ୍ ଏଜେନ୍ସି ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆକୁ କହିଛନ୍ତି।