ସନଷ୍ଟାର ଟିଭି ବ୍ୟୁରୋ
କଲମ୍ବୋ: ପୁରାଣର ପୁନରାବୃର୍ତ୍ତି ହେଲା । ଶ୍ରୀଲଙ୍କାରେ ଲାଗିଲା ନିଆଁ । ସତ୍ୟ ଯୁଗରେ ମା ସୀତାଙ୍କୁ ରାବଣ କବଳରୁ ବଞ୍ଚାଇବା ପାଇଁ ହନୁମାନ ଶ୍ରୀଲଙ୍କାରେ ନିଆଁ ଲଗାଇଥିଲେ । ଏବେ ସେଭଳି ନିଆଁ ଲାଗିଛି ଶ୍ରୀଲଙ୍କାରେ । ତେବେ ଏହି ନିଆାଁ ଲଗାଇଛନ୍ତି ଶ୍ରୀଲଙ୍କାର ସାଧାରଣ ନାଗରିକ । ଦୁଇମାସ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟ କୁ ଲୋକେ ସହ୍ୟ କରି ପାରୁନାହାଁନ୍ତି । ଏପଟେ ଦେଶର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସ ନିଜ ପଦରୁ ଇସ୍ତପା ଦେଇଛନ୍ତି । କୌଣସି ସମସ୍ୟାର ସମାଧାନ ନ କରି ଦେଶବାସୀଙ୍କୁ ଏଭଳି ପରିସ୍ଥିତିରେ ଛାଡି ଚାଲିଯାଇଛନ୍ତି ପ୍ରଧାନମନ୍ତ୍ରୀ ରାଜପକ୍ସା । ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁସାରେ କର୍ଫ୍ୟୁ ଜାରି ସହ ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏସବୁ ଚେଷ୍ଟା ବିଫଳ ହୋଇଛି ।
ଏବେ ଶ୍ରୀଲଙ୍କା ରେ ଭୟଙ୍କର ପରିସ୍ଥିତି । ପୋଲିସ ଷ୍ଟେସନରେ ନିଆଁ ଲଗାଇବା ସହ ନେତାଙ୍କ ବାସଭବନରେ ନିଆଁ ଲଗେଇଝଛନ୍ତି ଲୋକେ । ଦେଶରେ ଲାଗି ରହିଥିବା ଆର୍ଥିକ ସଙ୍କଟ ହିଁ ଏ ପରିସ୍ଥିତି ର ମୁଖ୍ୟ କାରଣ । ଏ ଭିତରେ ଦେଶର ପ୍ରଧାନମନ୍ତ୍ରୀ ରାଜପକ୍ସା କଲମ୍ବୋ ରେ ନିର୍ମିତ ବାସଭବନରେ ନିଆଁ ଲଗେଇଛନ୍ତି ବିକ୍ଷୋଭକାରୀ । ସ୍ୱାଧିନତା ପରେ ସବୁଠୁ ବଡ ଆର୍ଥିକ ଅନଟନ ଭିତରେ ଦିନ କାଟୁଛି ଶ୍ରୀଲଙ୍କା । ଏହାରି ଭିତରେ ୮ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୨୦୦ ଶହରୁ ଅଧିକ ଲୋକେ ଆହାତ ହେଇଥିବା ଜଣାପଡିଛି ।ସୂଚନାମୂତାବକ, ପୋଲିସମାନେ ମଧ୍ୟ ବିକ୍ଷୋଭକାରଙ୍କ ଆକ୍ରମଣରୁ ବର୍ତ୍ତି ପାରିନାହାଁନ୍ତି ।ଏପଟେ ଡିଆଇଜି ଙ୍କୁ ଗୋଡେଇ ଗେଡେଇ ପିଟିଲେ ଲୋକେ ।ଏହା ସହ ଜଣେ ସାଂସଦଙ୍କ ମୃତ୍ୟ ହୋଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ବାସଭବନ ଛାଡିବା ପରେ ରାଷ୍ଟ୍ରପତିଙ୍କ ବାସଭବନ ଘେରାଉ କରିଛନ୍ତି ବିକ୍ଷୋଭକାରୀ ।ପୋଲିସ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେବାପାଇଁ ଫାଙ୍କାରେ ଗୁଳି କରୁଛନ୍ତି । ହେଲେ ବିକ୍ଷୋଭକାରୀଙ୍କ ଆକ୍ରମଣ ଥମିବାର ନା ନେଉ ନାହିଁ । ସତ୍ତାରେ ଥାଇ ମଧ୍ୟ କୌଣସି ସମାଧାନ କରି ପାରିନଥିବା ହେତୁ ନେତାଙ୍କୁ ବିକ୍ଷୋଭକାରୀଙ୍କ କ୍ରୋଧର ସାମ୍ନା କରିବାକୁ ପଡୁଛି । ତେବେ ଏହି ବିକ୍ଷୋଭ ହୁଏତ ଥମି ଯାଇପାରେ ହେଲେ ହେଇଥିବା କ୍ଷତିର କ୍ଷତି ପୂରଣ କେବେ ହେବ ତାହା ଜଣାନାହିଁ । ଶ୍ରୀଲଙ୍କାରେ ଦିନକୁ ଦିନ ପରିସ୍ଥିତି ଭୟଙ୍କର ହେବାର ଲାଗିଛି ।
(ରିପୋର୍ଟ : ସୋନାଲି)