ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର ; ଅସାନି ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ବିମାନ ଚଳଚଳ ବାତିଲ । ଅସାନି ର ପ୍ରଭାବରେ ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶର ବିଶାଖାପାଟନା ଏବଂ ତାମିଲନାଡୁର ଚେନ୍ନାଇରେ ବିମାନ ଚଳାଚଳ ବାତିଲ କରିଦିଆଯାଇଛି । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର କିଛି ଅଂଶରେ ମଧ୍ୟ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲି ମେଟ ବିଭାଗ ପୂର୍ବାନୁମାନ କରିଛନ୍ତି । ପାଗ ଖରାପ କୁ ନଜରରେ ରଖି ଇଣ୍ଡିଗୋ ର ୨୩ ଟି ବିମାନ କୁ ବାତିଲ କରିଥିବା ବିଶାଖାପାଟନ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ଶ୍ରୀନିବାସ ସୂଚନା ଦେଇଛନ୍ତି ।

ତେବେ ଆନ୍ଧ୍ରପୟଦେଶ ପାଣିପାଗ ବିଭାଗ ସୂଚନା ଅନୂଯାୟୀ ବର୍ତ୍ତମାନ ଏହା କାକିନାଠାରୁ ୧୮୦ କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ଦେଇବାକୁ ମିଳିଛି । ବିଶାଖାପାଟନମଠାରୁ ବାତ୍ୟା ଅସାନି ୩୧୦ କିଲୋମିଟର ଦୂରରେ ରହିଛି । ଏହା ଦକ୍ଷିଣ- ପଶ୍ଚିମ ଆଡକୁ ଗତି କରୁଛି ।

ସେହିପରି ଭାରତ ପାଣିପାଗ ବିଭାଗ ଆଇଏମ୍ଡି ପକ୍ଷରୁ ମଙ୍ଗଳବାର ଦିନ ପୂର୍ବନୁମାନ କରିଛି ଯେ,ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ଏହି ତିନେଟି ରାଜ୍ୟକୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାର ସମ୍ଭାବନା ରହିଛି । ଅସାନି କୁ ନଜରରେ ରଖି ଆଜି ଆନ୍ଧ୍ରାରେ ହେବାକୁ ଥିବା ପରୀକ୍ଷା କୁ ଘୁଞ୍ଚାଇ ଦିଆଯାଇଛି । ତେବେ ୧୧,ମଇ ପରୀକ୍ଷା କୁ ଆଗମୀ ୨୫,ମଇ କରାଯିବା ସହ ଆସନ୍ତା କାଲିଠାରୁ ହେବାକୁ ଥିବା ସବୁ ପରୀକ୍ଷା ତାରିଖ ଅପରିବର୍ତ୍ତିତ ରହିଛି । ଆଗାମୀ ୨୪ ଘଣ୍ଟା ଭିତରେ ଏହି ସାଇକ୍ଲୋନକ୍ ଷ୍ଟର୍ମ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।