ସନଷ୍ଟାର ଟିଭି ବ୍ୟୁରୋ
ୱାଶିଂଟନ୍: ସାମ୍ବାଦିକତା କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ ହେଉଛି ପୁଲିଜର ପୁରସ୍କାର। ତେବେ ସାମ୍ବାଦିକତା, ପୁସ୍ତକ, ଡ୍ରାମା ଏବଂ ସଙ୍ଗୀତରେ ପୁଲିଜର ପୁରସ୍କାର ୨୦୨୨ ପାଇଁ ବିଜେତାଙ୍କ ନାମ ସୋମବାର ଘୋଷଣା କରାଯାଇଛି ।
ବିଜେତା ତାଲିକାରେ ଇଣ୍ଡିଆନ୍ ଆଦନାନ ଆବିଦି, ସନ୍ନା ଇରଶାଦ ମ୍ୟାଟୁ, ଅମିତ ଡେଭ୍ ଏବଂ ସାମ୍ବାଦିକତାରେ ସ୍ୱର୍ଗତ ଡାନିଶ୍ ସିଦ୍ଦିକି ନାମ ଅନ୍ତର୍ଭୁକ୍ତ। କୋଭିଡ ସମୟରେ ତାଙ୍କର ସବୁ ଠାରୁ ସର୍ବୋଚ କାର୍ଯ୍ୟକଳାପ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। କିନ୍ତୁ ସେ ଆଉ ଆମ ଗହଣରେ ନାହାନ୍ତି। ୩୮ ବର୍ଷ ବୟସରେ ତାଙ୍କୁ ହତ୍ୟାକରାଯାଇଛି। ଗତ ବର୍ଷ ଜୁଲାଇରେ ସେ ତାଙ୍କ ଖବର ସଂଗ୍ରହ କରୁଥିବା ସମୟରେ ଆଫଗାନିସ୍ତାନର ସ୍ୱତନ୍ତ୍ର ବାହିନୀ ଏବଂ ତାଲିବାନ ବିଦ୍ରୋହୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ତେବେ ଏହି ସିଦ୍ଦିକିଙ୍କ ଦ୍ବିତୀୟ ପୁରସ୍କାର। ଏହା ପୂର୍ବରୁ ର୍ୟୁଟର ତରଫରୁ ରୋହିନ ଗୟା କ୍ରାଇସେସ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା। ସେ ୨୦୧୦ ରେ ର୍ୟୁଟର ପାଇଁ କାର୍ଯ୍ୟକରିବା ଆରମ୍ଭ କରିଥିଲେ।
ଯୁକ୍ତରାଷ୍ଟ୍ରର ଖବରକାଗଜ, ପତ୍ରିକା, ଅନଲାଇନ୍ ସାମ୍ବାଦିକତା, ସାହିତ୍ୟ ଏବଂ ସଂଗୀତ ରଚନାରେ ସଫଳତା ପାଇଁ ପୁଲଜିତ ପୁରସ୍କାର ଦିଆଯାଇଥାଏ।ତେବେ ଏହି ସମ୍ମାନ ଜୋସେଫ ପୁଲିଜର ଙ୍କ ଇଚ୍ଛାରେ ଏହା ୧୯୧୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା।, ଯିଏ ଖବରକାଗଜ ପ୍ରକାଶକ ଭାବରେ ନିଜର ନାମ ଅର୍ଜନ କରିଥିଲେ।