ସନଷ୍ଟାର ଟିଭି ବ୍ୟୁରୋ
ବେଙ୍ଗାଲୁରୁ : ଭାରତ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ଉତ୍ତର ପୂର୍ବ ଏବଂ ପ୍ଲେଟ ଗ୍ରୁପର କ୍ରିକେଟରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଛେତ୍ରୀ, ଏନସିଏ ମୁଖ୍ୟ, ଭିଭିଏସ୍ ଲକ୍ଷ୍ମଣଙ୍କ ସହ ପ୍ରାୟ ଏକ ମାସ ଧରି କ୍ୟାମ୍ପରେ ଥିବା ଖେଳାଳିଙ୍କ ସହ ତାଙ୍କର ଜ୍ଞାନ ବାଣ୍ଟିଥିଲେ।
ଏପ୍ରିଲ୍ ୧୮ ରୁ ମେ ୧୨ ପର୍ଯ୍ୟନ୍ତ ଉତ୍ତର ପୂର୍ବ ଏବଂ ପ୍ଲେଟ୍ ଗ୍ରୁପ୍ ର ଖେଳାଳିଙ୍କ ପାଇଁ ଏନସିଏ ଏହି ଶିବିରର ଆୟୋଜନ କରିଛି। ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ) ଗତ ମାସରେ ଘୋଷଣା କରିଥିଲା ଯେ ବେଙ୍ଗାଲୁରୁର ଉତ୍ତର-ପୂର୍ବ ରାଜ୍ୟ ତଥା ପ୍ଲେଟ୍ ଦଳ ପାଇଁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ଏହାର କ୍ୟାଲେଣ୍ଡର ଆରମ୍ଭ କରିଛି।