ସନଷ୍ଟାର ଟିଭି ବ୍ୟୁରୋ
ଋିର୍ପୋଟ: ଋଷ-ୟୁକ୍ରେନ ଯୁଦ୍ଧ ଆଜିକୁ ନେଇ ୭୫ ଦିନ ରେ ପହଞ୍ଚିଛି । ଏଯାବ୍ତ ଯୁଦ୍ଧ ଥମିବାର ନା ନେଉ ନାହିଁ । ୟୁକ୍ରେନ ସହରର ଅଧିକ ରୁ ଅଧିକ ସ୍ଥାନ ଜଳିପୋଡି ଛାରଖାର ହୋଇଗଲାଣି । ତଥାପି ଜେଲେସ୍କି ଏବଂ ପୁଟିନ କୌଣସି ଚୁଡାନ୍ତ ନିଷ୍ପତ୍ତି ରେ ପହଞ୍ଚି ପାରୁନାହାନ୍ତି । ଏପଟେ ଆମେରିକା, ନାଟୋ, ୟୁରୋପ ଏବଂ ଫ୍ରାନ୍ସ ଭଳି ଦେଶର ହସ୍ତକ୍ଷେପ ଯୁଦ୍ଧକୁ ଆହୁରି ତୀବ୍ର କରୁଥିବା ୠଷ ରାଷ୍ଟ୍ରପତି ପୁଟିନ କହିଛିନ୍ତି । ଏହା ସହ ସେ ୟୁରୋପକୁ ଚେତାବନୀ ମଧ୍ୟ ଦେଇଛନ୍ତି । ଯଦି ୟୁରୋପ ଏଥିରେ ୟୁକ୍ରେନକୁ କିଛି ଭି ସହାୟତା କରିବ ତେବେ ଇତିହାସ ପୃଷ୍ଠାରେ ତା’ର ନା ଦେଖିବାକୁ ମିଳିବିନି ବୋଲି ପୁଟିନ ଧମକ ଦେଇଛନ୍ତି । ଇତି ମଧ୍ୟରେ ଋଷ ଆଜି ପାଳୁଛି ବିଜୟ ଦିବସ । ପ୍ରତି ବର୍ଷ ୯, ମଇ ରେ ଋଷ ଏହି ଦିବସ ପାଳି ଥାଏ । ଏହି ଦିନ ଋଷ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଅସ୍ତ୍ରଶସ୍ତ୍ର ର ପ୍ରର୍ଦଶନ କରିଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ରେ କିଭଳି ଭାବେ ୪ ବର୍ଷ ଧରି ଲଢେଇ କରି ୠଷ ଶେଷରେ ବିଜୟୀ ହାସଲ କରିଥିଲା ତାହା ସ୍ମରଣ କରାଯାଏ । ସେ ସବୁକୁ ଋଷର ନାଗରିକଙ୍କ ସହ ସମଗ୍ର ବିଶ୍ୱବାସୀଙ୍କୁ ଏହି ବିଜୟୀ ଦିବସ ଅବସରରେ ମନେ ପକାଇ ଦିଆଯାଇଥାଏ । ତେବେ ଋଷର ସାମରିକ ସଙ୍ଗଠନ ଅତ୍ୟନ୍ତ ସୁଦୃଢ । ଏଥିରେ କୌଣସି ସନ୍ଦେହ ନାହିଁ । ଏବେ ପୁଣି ଋଷ-ୟୁକ୍ରେନ ଯୁଦ୍ଧ ଚାଲିଛି । ତେବେ ଦିନକୁ ଦିନ ଯୁଦ୍ଧର ଭୟାଭୟତା ବଢିବାରେ ଲାଗିଛି । ତେବେ ଏ ସବୁକୁ ନଜରରେ ରଖି ଭାରତ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା କରି ଯୁଦ୍ଧ ବନ୍ଦ କରିବା ଉଚିତ ବୋଲି କହିଛି । ଏହା ସହିତ ଏହି ଯୁଦ୍ଧକୁ ବନ୍ଦ କରିବାରେ କେବଳ ଭାରତ ସକ୍ଷମ ବୋଲି କହିଛନ୍ତି ୟୁକ୍ରେନର ଫରେନ ମିନିଷ୍ଟର ଡିମିଟ୍ରୋ କୁଲେବା ।(ରିର୍ପୋଟ:ସୋନାଲି)