ସନଷ୍ଟାର ଟିଭି ବ୍ୟୁରୋ;
ନୂଆପଡ଼ା ; ଆଉ ନାହାନ୍ତି ପଦ୍ମଶ୍ରୀ ରଜତ କର l ଦାରୁଣ ଦୁଃଖଦ ମର୍ମନ୍ତୁଦ ସମ୍ବାଦ ଯାହା ସମଗ୍ର ସାଂସ୍କୃତିକ ଜଗତକୁ ଦୋହଲେଇ ଦେଇଛି l ପଦ୍ମଶ୍ରୀ ଡଃ ରଜତ କର ଆଉ ନାହାନ୍ତି । ଆଜି ଏହିମାତ୍ର କିଛି ସମୟ ହେବ ହୃଦ୍ଘାତରେ ତାଙ୍କ ଜୀବନ ଦୀପ ନିର୍ବାପିତ ହୋଇଯାଇଛି । ଜଗନ୍ନାଥ ସଂସ୍କୃତିର ଆଜୀବନ ପ୍ରଗଳ୍ଭ ପ୍ରସାରକ , ଭଞ୍ଜ ସାହିତ୍ୟର ଧୁରିଣ ପ୍ରବକ୍ତା ,ସର୍ବୋପରି ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ସ୍ଥାୟୀ ସଭାପତି, ଦିଗ୍ଦର୍ଶନ ପ୍ରଦାନ କରିବାକୁ ନାହାନ୍ତି । ଓଡିଆ ଭାଷା ସାହିତ୍ୟର ଦେଦୀପ୍ୟମାନ ନକ୍ଷତ୍ର ଆଜି ଅସ୍ତମିତ । ତାଙ୍କ ଅବର୍ତ୍ତମାନରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟିହେଲା ତାହା ଯାବତ୍ ଚନ୍ଦ୍ରାର୍କ ଅପୂରଣୀୟ l
ସର୍ବୋପରି ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ସ୍ଥାୟୀ ସଭାପତି ଭାବରେ ଓଡ଼ିଶାର ପୁରପଲ୍ଲୀରେ ସେ ବହୁ କ୍ଷତିନାମା ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ଓଡିଶା ର ପାଳlଜଗତ ଆଜି ସ୍ତବ୍ଧ l ଡ଼ଃ କରଙ୍କ କଥା ଶୁଣିବା ପରେ ନୂଆପଡା ଜିଲ୍ଲାର ବିଶିଷ୍ଟ ପାଲା ଗାୟକ ଅର୍ଜ୍ଜୁନ ଛତ୍ରିଆ,ପାଲା ବାୟକ କୃଷ୍ଣ ଚନ୍ଦ୍ର ସରାଫ,ଅମୂଲ୍ୟ ମୁଣ୍ଡ, ଡୋଳାମଣି ଦଣ୍ଡସେନା, ଜାଗୃତି ମହାପାତ୍ର,ପାଲା ଗାୟକ ପ୍ରଦ୍ୟୁମ୍ନ ସରାଫ,ତ୍ରିମନ ମାଝୀଙ୍କ ସମେତ ଅନେକ କଳାକାର ଓ କବି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ତାଙ୍କ ଅବର୍ତ୍ତମାନରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟିହେଲା ତାହା ଯାବତ୍ ଚନ୍ଦ୍ରାର୍କ ଅପୂରଣୀୟ ରହିବ ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି l
ରିପୋର୍ଟ : ଶାମ୍ବ କୁମାର ସରାଫ (ନୂଆପଡା )