ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଆଜ ଫିଲ୍ମରେ ଏକ ଛୋଟ ଭୂମିକାରେ ଅଭିନୟ ଅଭିନୟ ଆରମ୍ଭ କରିଥିବା ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିରେ ତିନି ଦଶନ୍ଧି ପୂରଣ କରିଛନ୍ତି।ଏହାସହିତ ଖିଳାଡି କୁମାର ଭାବେ ବେଶ ନାମ ମଧ୍ୟ ଅର୍ଜନ କରିଛନ୍ତି। ୟଶ ରାଜ ଫିଲ୍ମସ୍ ଏହି ବିଶେଷ ଉତ୍ସବ ପାଳନ କରିଛି। ୟଶ ରାଜ ଫିଲ୍ମସ୍ (YRF) ର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ସ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଅକ୍ଷୟ କୁମାର ପୃଥୀରାଜ ଙ୍କ ଏକ ଡିଜିଟାଲ୍ ପୋଷ୍ଟର (ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର) ଉନ୍ମୋଚନ କରୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ଅକ୍ଷୟଙ୍କର ଏକ ଅଂଶ ହୋଇଥିବା ପ୍ରତ୍ୟେକ ଚଳଚ୍ଚିତ୍ରର ପୋଷ୍ଟର ରହିଛି । YRF ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ ଅକ୍ଷୟ କୁମାର ଏବଂ ତାଙ୍କର ୩୦ ବର୍ଷର ଅବିଶ୍ୱସନୀୟ ସିନେମାର ଉତ୍ସବ।
ଅକ୍ଷୟ କୁମାର ଏହି ଭିଡିଓକୁ ପୁନଃ ପୋଷ୍ଟ କରି ଟ୍ୱିଟ୍ କରି କହିଛନ୍ତି, “ସିନେମାର ୩୦ ବର୍ଷ, ଆପଣ ମାନଙ୍କ ପ୍ରେମରେ ମୋର ଜୀବନ ପରିପୁର୍ଣ୍ଣ ଅଟେ। ଏହି ଚମତ୍କାର ଯାତ୍ରା ପାଇଁ ଆପଣଙ୍କୁ ଧନ୍ୟବାଦ ଏବଂ ପୃଥୀରାଜ ଜୁନ୍ ୩ରେ ସିନେମାରେ ମୁକ୍ତିଲାଭ କରିବାକୁ ଯାଉଛି ବୋଲି ସେ ସୂଚନା ଦେଇଥିଲେ।
ତେବେ ଅକ୍ଷୟ କୁମାରଙ୍କୁ ପୃଥୀରାଜ ରେ ଦେଖିବାକୁ ମିଳିବ । ଯାହାକି ଜୁନ ୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ସହିତ ସେ ରାମ ସେତୁ , ରକ୍ଷା ବନ୍ଧନ ସେଲଫି ଭଳି ଅନେକ ଚଳଚିତ୍ରରେ ନଜର ଆସିବେ।