ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: ବଳତ୍କାର କେସ ପାଇଁ ଏଫଆଇଆର ଲେଖାଇାକୁ ଯାଇଥିବା ବେଳେ ପୁଣି ଥରେ ବଳତ୍କାରର ଶୀକାର ହୋଇଛନ୍ତି ଯୁବତି। ଆଉ ଏହିଥର ବଳତ୍କାରୀ ସାଝିଛନ୍ତି ପୋଲିସ। ଏଭଳି ନିନ୍ଦନୀୟ ଘଟଣା କରିଛି ଉତ୍ତରପ୍ରଦେଶର ଲଲିତପୁରରେ। ଲଲିତପୁରରେ ଜଣେ ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ପୋଲିସ କର୍ମୀ ଜଣେ ୧୩ ବର୍ଷ ବୟସ୍କା ବଳାତ୍କାରକାରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ଯୁବତୀ ଜଣକ ଚାରି ଜଣଙ୍କ ଦ୍ୱାରା ବଳାତ୍କାର ଶୀକାର ହୋଇଥିବା ଅଭିଯୋଗ ନେଇ ନିଜ ସମ୍ପର୍କୀୟଙ୍କ ସହ ଅଭିଯୋଗ ଦାଖଲ କରିବାକୁ ପୋଲିସ ଷ୍ଟେସନକୁ ଯାଇଥିଲେ। ଅଭିଯୁକ୍ତ ଅଧିକାରୀ ତିଲକଧାରୀ ସରୋଜଙ୍କୁ ବର୍ତ୍ତମାନ ନିଲମ୍ବିତ କରାଯାଇଛି ଏବଂ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି। ଲଲିତପୁରର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ସେ ବର୍ତ୍ତମାନ ଫେରାର ଅଛନ୍ତି ଏବଂ ତିନି ପୋଲିସ ଟିମ୍ ତାଙ୍କୁ ଖୋଜୁଛନ୍ତି । ଯେଉଁଠାରେ ଏହି ଘଟଣା ଘଟିଥିଲା ସେଠାକାର ସମସ୍ତ ପୋଲିସ କର୍ମୀଙ୍କୁ ସେମାନଙ୍କ ଡ୍ୟୁଟିରୁ ହଟାଇ ଦିଆଯାଇଛି । ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବଡ ଅଧିକାରୀଙ୍କୁ ନିଜୋଗ କରାଯାଇଛି। ଏବଂ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାମୁତାବକ ମଙ୍ଗଳବାର ଦିନ ଝିଅର ପିତାଙ୍କ ଦ୍ବାରା ଦାଖଲ ହୋଇଥିବା ଏଫ୍ଆଇଆର୍ କହିଛି ଯେ ତାଙ୍କୁ ଚାରି ଜଣ ପୁରୁଷ ପ୍ରଲୋଭିତ କରାଇ ଏପ୍ରିଲ ୨୨ରେ ଭୋପାଳକୁ ନେଇ ଯାଇଥିଲେ ଏବଂ ସେଠାରେ ସେମାନେ ତାଙ୍କୁ ଚାରି ଦିନ ବଳାତ୍କାର କରିଥିଲେ। ଏହା ପରେ ଅଭିଯୁକ୍ତ ତାଙ୍କୁ ନିଜ ଗାଁକୁ ଆଣି ପଳାଇବା ପୂର୍ବରୁ ସମ୍ପୃକ୍ତ ପୋଲିସ ଷ୍ଟେସନରେ ପକାଇ ଦେଇଥିଲା। ତାହା ପରେ ଅଭିଯୁକ୍ତ ଘଟାଇଥିବା ପୋଲିସ କର୍ମୀ ଝିଅକୁ ମାଉସୀଙ୍କୁ ହସ୍ତାନ୍ତର କରିଥିଲା ବୋଲି ଏଫଆଇଆର କହିଛି। ଏହାପେର ତାଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ପରଦିନ ତାଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇଥିଲା। ପରଦିନ ଅଭିଯୁକ୍ତ ଅଧିକାରୀ ଜଣକ ମାଉସୀଙ୍କ ଉପସ୍ଥିତିରେ ଝିଅଟିକୁ ପୋଲିସ ଷ୍ଟେସନର ଏକ କୋଠରୀ ଭିତରକୁ ନେଇ ବଳାତ୍କାର କରିଥିଲେ।ତେବେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜ୍ୟ ସରକାରଙ୍କୁ ନିନ୍ଦା କରିବା ସହ କହିଛନ୍ତି ଯେ ବୁଲଡୋଜର ଶବ୍ଦରେ ପ୍ରକୃତ ଆଇନ ଶୃଙ୍ଖଳାକୁ କିପରି ଦମନ କରାଯାଉଛି ତାହା ଦର୍ଶାଯାଇଛି। ଯଦି ପୋଲିସ୍ ଷ୍ଟେସନ ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ, ତେବେ ସେମାନେ ଅଭିଯୋଗ ନେବାକୁ କୁଆଡେ ଯିବେ? ” ସେ ଏକ ଟ୍ୱିଟରେ କହିଛନ୍ତି।