ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ପାଖେଇ ଆସୁଛି ରଥଯାତ୍ରା । ଏବେ ଠାରୁ ପଡୁଛି ଉଠୁଛି ବଡଦାଣ୍ଡ। ସେଥି ପାଇଁ ଆଜିଠୁ ରଥ ଖଳା ଚଳଚଞ୍ଚଳ । ଆଜି ଠାରୁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ । ଅକ୍ଷୟ ତୃତୀୟା ଅବସରରେ ଗତକାଲି ରଥ ନିର୍ମାଣ ପାଇଁ ଅନୁକୂଳ କରାଯାଇଥିଲା । ତେବେ ଆସନ୍ତା ଜୁଲାଇ ୧ ତାରିଖରେ ମହାପ୍ରଭୁଙ୍କ ସବୁଠାରୁ ବଡଯାତ୍ରା ଘୋଷ ଯାତ୍ରା ଅନୁଷ୍ଠିତ ହେବ । ଓଡିଆ ମାନଙ୍କ ପାଇଁ ରଥ ଯାତ୍ରା ସବୁ ଠାରୁ ବଡ ପର୍ବ । କାରଣ ଏହି ଦିନରେ ତିନି ଠାକୁର ରତ୍ନସିଂହାସନ ଛାଡି ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେବାକୁ ବଡ ଦାଣ୍ଡକୁ ଓହ୍ଲାଇ ଆସିଥାଆନ୍ତି। ଶ୍ରୀମନ୍ଦିର ଭିତରକୁ ସବୁ ସମ୍ପ୍ରଦାୟର ଲୋକମାନଙ୍କୁ ଯିବା ପାଇଁ ଅନୁମତି ନଥିବା ବେଳେ ଶ୍ରଦ୍ଧାଳୁ ମାନେ ଏହି ଦିନକୁ ଚାତକ ପରି ଚାହିଁ ବସିଥାଆନ୍ତି। ଏହି ଦିନ ସେମାନେ ମହାପ୍ରଭୁଙ୍କର ଦର୍ଶନ ଲାଭ କରିବାର ମଉକା ପାଇଥାଆନ୍ତି। ତେବେ ଗତ ଦୁଇବର୍ଷ ହେବ କରୋନା ପାଇଁ ରଥଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କୁ ବାରଣ କରାଯାଇଥିଲା। କେବଳ ସେବାୟତ ମାନେ ରଥ ଟାଣିବାକୁ ସୁଯୋଗ ପାଇଥିଲେ। କିନ୍ତୁ ଚଳିତ ବର୍ଷ ରାଜ୍ୟରେ କୋଭିଡ ସ୍ଥିତିରେ ସୁଧାର ଆସିଥିବାରୁ ପୁଣି ଥରେ ଭକ୍ତ ମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ମିଳିଛି। ଏହିଥିପାଇଁ ଏହି ଦିନକୁ ସବୁ ଓଡିଆ ମାନେ ବହୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି । ସୂଚନାମୁତାବକ ଆଜି ସକାଳୁ ରଥକାର୍ଯ୍ୟ ପାଇଁ ନିୟୋଜିତ ବିଶ୍ୱକର୍ମା ମହାରଣା, କରତୀ ସେବାୟତ ପହଞ୍ଚି ରଥକାର୍ଯ୍ୟ ଆରମ୍ଭ କରିଛନ୍ତି । ତିନୋଟି ରଥର ମୋଟ ୪୨ ଚକ ରହିଥାଏ । ପ୍ରଥମେ ରଥର ଚକ କାର୍ଯ୍ୟ ଆରମ୍ଭ ହୋଇଯାଇଛି।(ରିର୍ପୋଟ:ସୋନାଲି)