ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ପ୍ରାୟ ୪୦ ଲକ୍ଷ ଚାଷୀଙ୍କୁ ଦିଆଯିବ ‘ କାଳିଆ ’ ସହାୟତା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଦର୍ଶ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଝାରସୁଗୁଡ଼ା ଜିଲ୍ଲାବାସୀଙ୍କୁ ଏହି କିସ୍ତି ଏବେ ଦିଆଯିବ ନାହିଁ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିରେ ସାମିଲ ହୋଇ ଲେଖାଏଁ କାର୍ଯ୍ୟକ୍ରମରେ ହିତାଧ୍ୟାକାରୀଙ୍କୁ ୨୦୦୦ ଟଙ୍କା ମୋଟ୍ ୭୩୦କୋଟି ଟଙ୍କା ଦେବେ । ଏହା ସଧା ସଳଖ ହିତାଧ୍ୟାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହା ପଠାଯିବ । ସେହିପରି ପଣସ ମିଶନର ଆରମ୍ଭ , ମିଲେଟ୍ ମିଶନର ସମ୍ପ୍ରସାରଣ , କୃଷକ ଓଡ଼ିଶା ପୋର୍ଟାଲର ଆରମ୍ଭ , ଚାଷୀ ଓ କୃଷି ଉଦ୍ୟୋଗୀଙ୍କ ପାଇଁ ସିଙ୍ଗଲଵିଣ୍ଡୋ ସୁବିଧା ନିମନ୍ତେ ସୁଗମ ପୋର୍ଟାଲର ଆରମ୍ଭ ଆଦି ଅନେକ କାର୍ଯ୍ୟକ୍ରମ ଆଦିର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ । ତେବେ ଆଜି ଅକ୍ଷୟ ତୃତୀୟା ଅବସରରେ ଆଜି କାଳିଆ ଯୋଜନା ଟଙ୍କା କୃଷକ ମାନଙ୍କ ହାତକୁ ଯିବ।