ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା: ଦେଶର ସାମ୍ପ୍ରତିକ ପରିସ୍ଥିତିକୁ “ଭଲ ନୁହେଁ” ବୋଲି ବର୍ଣ୍ଣନା କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି ଯେ ଦେଶରେ ଚାଲିଥିବା “ବିଚ୍ଛିନ୍ନତା ରାଜନୀତି” ସ୍ୱାଗତଯୋଗ୍ୟ ନୁହେଁ।
କୋଲକାତାର ରେଡ ରୋଡରେ ଆୟୋଜିତ ଇଦ୍-ଉଲ୍-ଫିତର ପାଇଁ ପ୍ରାର୍ଥନାରେ ଅଂଶଗ୍ରହଣ କରି ମମତା ବାନାର୍ଜୀ ସେଠାରେ ଏକତ୍ରିତ ହୋଇଥିବା ଲୋକଙ୍କୁ ଭୟଭୀତ ହେବାକୁ ନୁହେଁ ବରଂ ଏକ ଭଲ ଭବିଷ୍ୟତ ପାଇଁ ଏକଜୁଟ ହେବାକୁ ଅନୁରୋଧ କରିଥିଲେ।
ସେ କହିଛନ୍ତି, “ଦେଶରେ ପରିସ୍ଥିତି ଠିକ ନୁହେଁ। ବିଭେଦ ଓ ଶାସନ ନୀତି ଏବଂ ଦେଶରେ ବିଚ୍ଛିନ୍ନତା ରାଜନୀତି ଠିକ୍ ନୁହେଁ। ଭୟଭୀତ ହୁଅ ନାହିଁ ଏବଂ ଯୁଦ୍ଧ ଜାରି ରଖ।”ରେଡ ରୋଡରେ ଇଦ୍ ପ୍ରାର୍ଥନା ପାଇଁ ପ୍ରାୟ ୧୪୦୦୦ଲୋକଙ୍କ ସମାବେଶକୁ ସମ୍ବୋଧିତ କରି ମମତା ବାନାର୍ଜୀ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ମୁଁ କିମ୍ବା ମୋର ଦଳ କିମ୍ବା ମୋର ସରକାର ଏପରି କିଛି କରିବୁ ନାହିଁ ଯାହା ଆପଣଙ୍କୁ ଦୁଃଖ ଦେବ।