ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ଗତକାଲି ଶେଷ ରୋଜା ପରେ ଆଜି ଇଦ୍ । ଦୁଇବର୍ଷ ପରେ ବହୁ ଆଡମ୍ବରରେ ଇଦ୍ ପାଳିଲେ । ଚାରିଆଡୁ ଛୁଟିଲା ଶୁଭେଚ୍ଛାର ସୁଅ। କରୋନା କଟକଣା କୋହଳ ହେବା ପରେ ଧୁମଧାମରେ ଇଦ୍ ପାଳିଲେ ମୁସଲିମ୍ ଭାଇ-ଭଉଣୀ । ଇଦ୍-ଉଲ୍-ଫିଦର ୨୦୨୨ର ଶୁଭ ଅବସରରେ ବଲିଉଡ ତାରକାମାନେ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଇସଲାମ ପବିତ୍ର ରମଜାନ କିମ୍ବା ରୋଜା ପାଳନ କରିବାର ୩୦ ଦିନ ଉପବାସ ପରେ ଇଦ୍ ଉତ୍ସବ ପାଳନ କରାଯାଏ । ସାରା ବିଶ୍ୱରେ ମୁସଲିମ୍ ଭାଇ-ଭଉଣୀମାନେ ଏହି ପର୍ବକୁ ଉତ୍ସାହର ସହ ପାଳନ କରିଥାନ୍ତି । ତେବେ ଚଳିତ ବର୍ଷ ଇଦ୍-ଉଲ୍-ଫିଦର ମେ ୩ ରେ ପାଳନ କରାଯାଉଛି। ବିଭିନ୍ନ ସମୟ ମଣ୍ଡଳ ଏବଂ ଚନ୍ଦ୍ର ଦର୍ଶନ ଉପରେ ନିର୍ଭର କରି ଇଦ୍ ର ଦିନ ଏବଂ ତାରିଖ ଭିନ୍ନ ହୋଇପାରେ । ଆଜିର ଦିନରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ମସଜିଦ ଯାଇ ନମାଜ ପାଠ କରିବା ସହ ଘରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ଆଜିର ହେଉଛି ଏକମାତ୍ର ଦିନରେ ଉପବାସ କରିବାକୁ ମୁସଲମାନଙ୍କୁ ଅନୁମତି ଦିଆଯାଇନଥାଏ ।(ରିର୍ପୋଟ:ସୋନାଲି)