ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ହିନ୍ଦୀ ଭାଷାକୁ ନେଇ ପୁଣି ମୁଣ୍ଡ ଟେକିଛି ବିବାଦ। ହିନ୍ଦି କ’ଣ ଜାତୀୟ ଭାଷା । ତେବେ ବିଦାଦ କୌଣସି ଦଳ ମଧ୍ୟରେ ନୁହେଁ ବରଂ ଦୁଇ ଚଳଚିତ୍ର ଜଗତ ମଧ୍ୟରେ ଲାଗିଛି। ଏହାକୁ ନେଇ ଏବେ ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ଭିତରେ ବିବାଦ ତେଜିବାରେ ଲାଗିଛି। ତେବେ କନ୍ନଡ ଅଭିନେତା କିଚ୍ଚା ସୁଦିପ ଏକ ସାକ୍ଷାତ କାରରେ ହିନ୍ଦି ଜାତୀୟ ଭାଷା ନୁହେଁ ବୋଲି ମତ ଦେଇ ବିବାଦ ଘେରକୁ ଆସିଛନ୍ତି । ତେବେ ଏହାକୁ କେନ୍ଦ୍ର କରି ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ଟ୍ୱିଟର ମାଧ୍ୟରେ ନିଜର ମତ ରଖିଛନ୍ତି । ସୁଦିପଙ୍କୁ ଖୋଲା ଖୋଲି ଟାର୍ଗେଟ୍ କରିଛନ୍ତି ଅଜୟ। କହିଛନ୍ତି ହିନ୍ଦୀ ଯଦି ଜାତୀୟ ଭାଷା ନୁହେଁ ତାହାଲେ ସୁଦିପ ତାଙ୍କ ମାତୃ ଭାଷାରେ ର୍ନିମାଣ କରାଯାଉଥିବା ଫିଲ୍ମ କୁ ହିନ୍ଦୀରେ କାହିଁକି ଡ୍ବ କରି ରିଲିଜ କରୁଛନ୍ତି । ହିନ୍ଦୀ ଜାତୀୟ ଭାଷା ଥିଲା, ଏହା ବର୍ତ୍ତମାନ ରହିଛି ଏବଂ ଆଗକୁ ଚିର ହୋଇ ରହିବ ବୋଲି ଅଜୟ କହିଛନ୍ତି । ତେବେ ଏହାକୁ ନେଇ ସୁଦିପ ମଧ୍ୟ ଜବାବ୍ ରଖିଛନ୍ତି। ସେ କହିଛନ୍ତି ହିନ୍ଦୀ ଭାଷାକୁ ସେ ଭଲପାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି । ଏବଂ ଅଧିକ ଲୋକଙ୍କ ପାଖରେ ସିନେମାକୁ ପହଞ୍ଚାଇବାର ଏହା ଏକ ମାଧ୍ୟମ ତେଣୁ ଏଥି ପାଇଁ ତାଙ୍କ ଚଳଚିତ୍ରକୁ ହିନ୍ଦୀରେ ଡବ କରାଯାଏ । ତେଣୁ ତାଙ୍କ ବିବାଦ ଭିତରୁ ଟଣା ନ ଯାଉ ବୋଲି ସୁଦିପ ସଫେଇ ଦେଇଛନ୍ତି । ଏଭଳି ଭାବରେ ଅଜୟ-ସୁଦିପ ଙ୍କ ମଧ୍ୟରେ ବର୍ତ୍ତମାନ ଟ୍ୱିଟର ୱାର ଚାଲିଛି ।

ସେପଟେ ପ୍ରସଂଶକ ମାନେ ମଧ୍ୟ ତାଙ୍କର ଅଭିନେତାଙ୍କ ସପକ୍ଷରେ ସମର୍ଥନ ଦେଉଛନ୍ତି । ସୂଚନାମୁତାବକ ଏହି ବିବାଦ ପ୍ରଥମ ନୁହେଁ। ୨୦୧୮ ରେ ଏ ବିଷୟକୁ ନେଇ ମୁହାଁମୁହିଁ ହୋଇଥିଲେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ସୁଷମା ସୁରାଜ ଏବଂ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । ତେବେ କିଛି ଦିନ ପୁର୍ବରୁ ସାସଂଦରେ ମଧ୍ୟ ଏ ନେଇ ଝଡ ଉଠିଥିଲା । ବିଭିନ୍ନ ରାଜ୍ୟର ଲୋକମାନେ ପରସ୍ପର ସହ ଇଂରାଜୀ ବଦଳରେ ହିନ୍ଦୀରେ କଥା ହେବା ଉଚିତ ବୋଲି ଗୃହମନ୍ତ୍ରୀ ଅମିତ ଶାହା ମତ ଦେଇଥିଲେ । ଏନେଇ କେରଳ, ତାମିଲନାଡୁ ଏବଂ ତେଲେଙ୍ଗାନା ସରକାର କଡା ପ୍ରତିକ୍ରିୟା ରଖିଥିଲେ ।

ସମ୍ବିଧାନରେ ୨୨ଟି ଭାଷାକୁ ସୀକୃତି ମିଳିଛି ହେଲେ ସେଗୁଡିକ ମଧ୍ୟରୁ କେଉଁଟି ଜାତୀୟ ଭାଷା ଏହାକୁ ହେଇ ବିବାଦ କିଛି ନୂଆ ନୁହେଁ । ଏପଟେ ଅଜୟ ଦେବଗନଙ୍କ ଟ୍ୱିଟକୁ ନେଇ କର୍ଣ୍ଣାଟକ ରେ ପ୍ରତିବାଦ ତେଜିବାରେ ଲାଗିଛି । ଏହା ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ମଧ୍ୟ ସୁଦିପଙ୍କୁ ସମର୍ଥନ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଏହି ବିବାଦରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଏହି ବିଦାଦକୁ ନୂଆ ମୋଡ ଦେବ ବୋଲି ଆଶା କରାଯାଉଛି।(ରିର୍ପୋଟ:ସୋନାଲୀ)