ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପାଇଁ ଆଜି ଠାରୁ ପଶ୍ଚିମଦ୍ୱାର ଖୋଲାଯାଇଛି । କୋଭିଡର ୩ୟ ଲହର ବଢିବା ସମୟରେ ଜାନୁଆରୀ ୧୦ରୁ ପଶ୍ଚିମଦ୍ୱାରରେ ପ୍ରବେଶ ନିଷେଧ କରାଯାଇଥିଲା । ଏହା କେବଳ ପୁରୀ ବାସୀନ୍ଦାଙ୍କ ପାଇଁ ଖୋଲା ରହୁଥିଲା। ପୁରୀବାସୀ ମାନେ କେବଳ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରୁଥିଲେ । ତେବେ ଆଗାମୀ ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ରେ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଏହାସହିତ ରଥନିର୍ମାଣକୁ ନଜରରେ ରଖି ଏବଂ ଶ୍ରଦ୍ଧାଳୁ ମାନେ ସୁବିଧାରେ କିପରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେ ନେଇ ପ୍ରଶାସନ ଏହି ପଦକ୍ଷେପ ନେଇଛନ୍ତି । ଏଥିପାଇଁ ସିଂହଦ୍ୱାର ଓ ପଶ୍ଚିମଦ୍ୱାର ଦେଇ ପ୍ରବେଶ ଏବଂ ଉତ୍ତର,ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । କୋଭିଡ ପରେ ବହୁ ଶ୍ରଦ୍ଧାଳୁ ମାନଙ୍କର ପୁରୀରେ ଆଗମନ ହେଉଥିବାରୁ ପୁରୀ ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି।