ସନଷ୍ଟାର ଟିଭି ବ୍ୟୁରୋ
ବାଲିଆପାଳ; ବାଲେଶ୍ୱର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜୈବିିକ କୃଷିକୁ ପ୍ରାଧାନ୍ୟତାଦେବା ଉଦ୍ଦେଶ୍ୟରେ ଭାରତସରକାରଙ୍କର କୃଷି ନିର୍ଦ୍ଦେଶାଳୟ ଏବଂ ଆଇସି ଏଆର ଙ୍କ ମିଳିତ ଉଦ୍ୟମରେ ଭାରତବର୍ଷର ପ୍ରତ୍ୟକ ଜିଲ୍ଲାରେ ଆଜି କୃଷକମେଳା ଆୟୋଜିତ ହୋଇଯାଇଛି ।ଏହି ପରୀ ପ୍ରେକ୍ଷିରେ ଜିଲ୍ଲା କରହି ବିଜ୍ଞାନ କେନ୍ଦ୍ର ଓ ଆତ୍ମା ବାଲେଶ୍ୱର ସହାୟତାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୨୦୦ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ଏକାଠି କରାଇ ବାଲିଆପାଳ ବ୍ଲକ ଦେଭୋଗସ୍ଥିତ କାର୍ଯ୍ୟାଳୟ ପରିସରରେ ଜୈବିକ କୃଷିର ବିଭିନ୍ନ ଉପାୟ ପଦ୍ଧତି ବିଷୟରେ ଆଲୋଚନା କରାଯାଇଥିଲା ।
ଡ. ଅମିତା ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା କା ନ ଜେନା,ଦେଭୋଗ ଗ୍ରାମପ ।ୟତର ସରପ ସବିତା ନାୟକ,ସମିତି ସଭ୍ୟା କଲ୍ୟାଣୀ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ସ୍ୱାଗତିକା ସାହୁ ଜୈବିକ କୃଷିକୁ ଆପଣେଇବା ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ ।ବୈଜ୍ଞାନିକ ଡ. ପ୍ରଭା ମଞରୀ ଗିରି,ଡ. ଅମିତା ପାତ୍ର,ଗାୟତ୍ରୀ ସାହୁ ,କ୍ରିଷ୍ଣାମୟୀ ସେଠୀ,ନିରୋଜ କୁମାର ଜେନା,ପ୍ରଖୃତିକ କୃଷିର ବିଭିନ୍ନ ପଦ୍ଧତି ,ବାୟୋଫଟିଫାଏଡ କିସମ ,ଳଘୁ ଶଶ୍ୟ ଉତ୍ପାଦନ ପଦ୍ଧତି ,ଜୈବ ପୋଷଣ ବଗିଚା ପ୍ରସ୍ତୁତି ଉପରେ ତାଲିମ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିପିଡି ଆତ୍ମା ବାଲେଶ୍ୱର ସରୋଜ କୁମାର ଗିରି,ବସ୍ତାବ୍ଲକ କୃଷିଅଧିକାରୀ ହରିହର ନାୟକ,ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଡ .ଧୃବଚରଣ ପଣ୍ଡା,ଉପ ନିର୍ଦ୍ଦେଶକ ରଶ୍ମିରଞନପାତ୍ର,ନାବାର୍ଡ ଡିଜିଏମ ତାପସ ପ୍ରଧାନ,ଇଫଖୋ ବାଲେଶ୍ୱରର ଏରିଆ ମ୍ୟାନେଜର ଶେଷଦ ସୋନି,ଜିବୀଖା ମିଶନର ବିପିଏମ ସଙ୍ଗୀତା ଦାସ ପ୍ରମୁଖ ନିଜ ନିଜ ବିଭାଗରେ ଚାଲୁଥିବା ସରକାରୀ ଯୋଜନା ବିଷୟରେ ଚାଷମାନଙ୍କୁ ଅବଗତ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ କୃଷିବିଜ୍ଞାନ କେନ୍ଦ୍ରର କର୍ମଚାରୀ ପ୍ରଭାତ କୁମାର ସ୍ୱାଇଁ,ରାଜେଶ ବେହେରା,ଶ୍ରୀକାନ୍ତ ସାହୁ,ରାଜକିଶୋର ମହାପାତ୍ର,ଦେବେନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ – ଚନ୍ଦନ ଜେନା