ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଖରାତାତିରେ ରାଜ୍ୟସରକାର ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ରାଜ୍ୟରେ ୟୁଜି ଆଉ ପିଜି ପିଲା ମାନଙ୍କର କ୍ଲାସ ରୁମ ଶିକ୍ଷାକୁ ବନ୍ଦ କରାଯାଇଛି। ତେବେ ଆଜି ଠାରୁ ବୈଷୟିକ ଶିଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କାଲି ଠାରୁ ରାଜ୍ୟରେ ସମସ୍ତ ବୈଷୟିକ ଶିଷାନୁଷ୍ଠାନ ବନ୍ଦ ରହିବ। ମେ ୨ ତାରିଖ ପର୍ଯ୍ୟନ୍ତ ବୈଷୟିକ ଶିଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ରାଜ୍ୟରେ ଦଶମ ଏବଂ ଦ୍ବାଦଶ ପିଲା ମାନଙ୍କର ପରୀକ୍ଷା ଚାଲୁରହିବ।