ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଅଗ୍ନି ବର୍ଷା ହେଉଛି। ତାପମାତ୍ରା କମିବାର ନା ନେଉଁ ନାହିଁ। ତେବେ ଏଥିପାଇଁ ରାଜ୍ୟ ସରକାର ରାଜ୍ୟରେ ସ୍କୁଲ, କଲେଜ ଆଦି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଦଶମ ଏବଂ ଦ୍ବାଦଶ ପରୀକ୍ଷା ଚାଲୁ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ମାଟ୍ରିକ ପରୀକ୍ଷାକୁ ନେଇ ନିୟମରେ ପରିବର୍ତ୍ତନ କରାଯାଇଛି। ପରୀକ୍ଷା ପ୍ରଥମ ସିଟିଙ୍ଗରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦ୍ବିତୀୟ ସିଟିଙ୍ଗରେ ଥିବା ସବୁ ପରୀକ୍ଷା ପ୍ରଥମ ସିଟିଙ୍ଗରେ ହେବ। ସକାଳ ୮ଟାରୁ ୧୦ ଟା ପର୍ଯ୍ୟନ୍ତ ପ୍ରଥମ ସିଟିଙ୍ଗରେ ପରୀକ୍ଷା ହେବ। ଚଳିତବର୍ଷ ଦଶମ ପରୀକ୍ଷା ପାଇଁ ରାଜ୍ୟରେ ମୋଟ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି। ଏହାସହ ରାଜ୍ୟରେ ୩୫୪୦ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାକୁ ସମ୍ପୁର୍ଣ୍ଣବାରଣ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାସହିତ ସବୁ ପରୀକ୍ଷା କେନ୍ଦ୍ରରେ ଓଆରଏସ ଏବଂ ପାଣି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାମୁତାବକ ଏପ୍ରିଲ ୨୯ ରୁ ମେ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପରୀକ୍ଷା ହେବ।