ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଋଷ-ୟୁକ୍ରେନ ଯୁଦ୍ଧ କୁ ଏହା ଭିତରେ ୬୩ ଦିନ ହେଲାଣି । ହେଲେ ବର୍ତ୍ତମାନ ସୁଦ୍ଧା ଯୁଦ୍ଧ ଥମିବାର ନାଁ ନେଉଁନାହିଁ । ତେବେ ଏହାକୁ ନେଇ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ସୋମବାର ଚେତାବନୀ ଦେଇ କହିଛନ୍ତି ଯେ ୟୁକ୍ରେନ ତୃତୀୟ ବିଶ୍ବ ଯୁଦ୍ଧକୁ ଆମନ୍ତ୍ରଣ କରୁଛି। ଆଉ ଏହା ମଧ୍ୟ ସୂଚାଇଛନ୍ତି ଯେ ନ୍ୟୁକ୍ଲିୟାର ବୋମାକୁ ୟୁକ୍ରେନ ଏତେ ସହଜରେ ନେବା ଆଦୌ ଠିକ୍ ନୁହେଁ । ଏହାସହ ୟୁକ୍ରେନ ଯଦି ଯୁଦ୍ଧରୁ ଓହରି ନ ଯାଏ ତେବେ ଏହାର ପରିଣାମ ଆହୁରି ଭୟଙ୍କର ହେବ । ତେବେ ୟୁକ୍ରେନକୁ ଏଭଳି ଚେତାବନୀ ଦେଇଛି ଋଷ । ବ୍ରିଟିଶ ଆର୍ମି ଫୋର୍ସ ମନ୍ତ୍ରୀ ଜେମସ୍ ଏପ୍ରିଲ ୨୫ ତାରିଖରେ କହିଥିଲେ ଯେ ୟୁକ୍ରେନରେ ଯୁଦ୍ଧ ଏଭଳି ପରିସ୍ଥିତିରେ ପହଞ୍ଚିବ ବୋଲି ସେ ଭାବିନଥିଲେ। ତେବେ ନାଟୋ ସମସ୍ତ ପ୍ରକାର ସାମରିକ ସହାୟତା ୟୁକ୍ରେନକୁ ଯୋଗାଇ ଦେବା ଦ୍ୱାର ଏହା ଯୁଦ୍ଧର ଆଶଙ୍କାକୁ ଅଧିକ ବଢାଉଛି ବୋଲି ଋଷ ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ ଏହା ସୂଚନାଦେଇଛନ୍ତି।(ରିର୍ପୋଟ:ସୋନାଲି)