ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ମଙ୍ଗଳବାର ଦିନ ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ପରିସରରେ ଏକ ଭ୍ୟାନରେ ବିସ୍ଫୋରଣ ଘଟିଥିବା ବେଳେ ଚାରି ଜଣଙ୍କ ମଧ୍ୟରେ ୩ଜଣ ଚୀନ୍ ମହିଳା ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ଖବର ଅନୁଯାୟୀ, ବିଶ୍ୱବିଦ୍ୟାଳୟର କନଫୁସିୟସ୍ ଇନଷ୍ଟିଚ୍ୟୁଟ୍ ନିକଟରେ ଥିବା ଭ୍ୟାନ୍ ରେ ଏହି ବିସ୍ଫୋରଣ ଘଟିଥିଲା ଯେଉଁଥିରେ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କୁ ଚାଇନିଜ୍ ଭାଷା ଶିକ୍ଷା ଦିଆଯାଉଥିଲା।ଏକ ପୋଲିସ ସୂତ୍ରରୁ ପ୍ରାରମ୍ଭିକ ସୂଚନାରେ କୁହାଯାଇଛି ଯେ ଏହି ବିସ୍ଫୋରଣରେ ନିହତ ହୋଇଥିବା ଦୁଇଜଣ ମହିଳା ଚାଇନାର ନାଗରିକ। ମୃତ୍ୟୁବରଣ କରିଥିବା ଅନ୍ୟ ଦୁଇ ଜଣ ଭ୍ୟାନରେ ଡ୍ରାଇଭର ଏବଂ ସିକ୍ୟୁରିଟି ଗାର୍ଡ ଥିବାବେଳେ ବିସ୍ଫୋରଣ ଘଟିଥିବା ବେଳେ ଭ୍ୟାନ ନିକଟରେ ଥିବା ଅନ୍ୟ ଚାରି ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା ସୂତ୍ରରୁ ପ୍ରକାଶ।
ବିସ୍ଫୋରଣ ସମ୍ପର୍କରେ ପ୍ରାରମ୍ଭିକ ଅନୁସନ୍ଧାନରୁ ସୂଚନା ମିଳିଛି ଯେ ବିସ୍ଫୋରକ ଭ୍ୟାନ ଭିତରେ କିମ୍ବା ନିକଟରେ ଲଗାଯାଇଥିଲା। ରିପୋର୍ଟ କରିଛି ଯେ ଏହି ଭ୍ୟାନଟି ଦୁଇଜଣ ବିଦେଶୀ ନାଗରିକଙ୍କୁ କରାଚି ବିଶ୍ୱବିଦ୍ୟାଳୟ ଭିତରେ ଥିବା ଆଇବିଏ ପ୍ରତିଷ୍ଠାନରେ ଚାଇନିଜ୍ ଶିକ୍ଷା ଦେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏହା ପ୍ରଥମ ଥର ନୁହେଁ ଯେ ପାକିସ୍ତାନରେ ଏଭଳି ବିସ୍ଫୋରଣ ହୋଇଛି ଏହା ପୂର୍ବରୁ ମଧ୍ୟ କରାଚିରେ ବହୁ ଚୀନ ନାଗରୀକ ମାନେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛନ୍ତି।