ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ସାରା ବିଶ୍ବରେ କରୋନା ପାଇଁ କେତେ ଲୋକଙ୍କର ପରିବାର ଉଜୁଡିଛି ତାହା କଳ୍ପନା ମଧ୍ୟ କରିହେବ ନାହିଁ। ଏହି ମହାମାରୀ ଯୋଗୁ କେତେ ଅସହାୟ ଶିଶୁ ଅନାଥ ହୋଇଛନ୍ତି। ନିଜ ମାଆ ବାପାଙ୍କୁ ହରାଇ ସବୁ କିଛି ହାରିଦେଇଛନ୍ତି ଏହି ଶିଶୁ ମାନେ । ତେବେ ଏହି ଶିଶୁ ମାନଙ୍କ ପାଇଁ ସରକାର ଅନେକ ନିୟମ ଏବଂ ସାହାର୍ଯ୍ୟ କରିଥିବା ବେଳେ ପୁଣି ଏକ ନୂଆ ନିୟମ ଲାଗୁ କରିଛନ୍ତି । କୋଭିଡରେ ନିଜ ପିତା ମାତାଙ୍କୁ ହରାଇଥିବା ପିଲା ମାନେ ଏବେ କୋଭଡି ଅନାଥ କୋଟାରେ ବିନା ସ୍କୁଲ ଫିରେ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠପଢ଼ିପାରିବେ। ପିଏମ କେୟାର୍ସ ଅଧୀନରେ ପିଲା ମାନଙ୍କୁ ଏହି ସୁଯୋଗ ମିଳିବ। ପ୍ରଥମରୁ ଆରମ୍ଭ କରି ଦ୍ବାଦଶ ପର୍ଯ୍ୟନ୍ତ ବିନା କିଛି ଶୁଳ୍କରେ ପିଲା ମାନେ ପାଠ ପଢ଼ି ପାରିବେ। କେବଳ ଏତିକି ନୁହେଁ ପିଲାମାନଙ୍କୁ ଟ୍ବିସନ ଫି, କମ୍ପ୍ୟୁଟର ଫି ମଧ୍ୟ ଛାଡ କରାଯିବ। ସୂଚନା ଅନୁସାରେ ବର୍ଷକୁ ପ୍ରାୟ ୧୦ ଜଣ ପିଲାଙ୍କୁ ଏହି କୋଟାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖିବାକୁ ସୁଯୋଗ ମିଳିବ।