ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଟ୍ବିଟରକୁ ମିଳିଲା ତାର ନୂଆ ମାଲିକ। ୪୪ବିଲିୟନ ଡଲାରରେ ଟ୍ବିଟରକୁ ନିଜ ହାତକୁ ନେଇଛନ୍ତି ବିଶ୍ବର ସବୁ ଠାରୁ ଧନୀ ବୋଲାଉଥିବା ଏଲନ ମସ୍କ। କୋଟି କୋଟି ୟୁଜର୍ସଙ୍କ ଦ୍ବାରା ବ୍ୟବହୃତ ହେଉଥିବା ଟ୍ବିଟର ବର୍ତ୍ତମାନ ମାଲିକ ହେଉଛନ୍ତି ଏଲନ ମସ୍କ।
ସେ ପ୍ଲାଟଫର୍ମରେ ‘ମୁକ୍ତ ବକ୍ତବ୍ୟ’ବା ଫ୍ରିଡମ ଅଫ ସ୍ପିଚ ର ପ୍ରୋତ୍ସାହକ ଅଟନ୍ତି। ତେଣୁ ସେ ଏହା ଉପରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି। ଏହା ହେଉଛି ସମସ୍ତଙ୍କର ଅଧିକାର। ଏବଂ ଏହା ହେଉ ମସ୍କର ମୁଖ୍ୟ ଉଦ୍ଦେଶ୍ୟ। ମସ୍କ କହିଛନ୍ତି ଯେ ମୁଁ ଟ୍ୱିଟରରେ ପୁଞ୍ଜି ବିନିଯୋଗ କରିଛି କାରଣ ମୁଁ ଟ୍ବିଟରକୁ ବିଶ୍ବର ମୁକ୍ତ ବକ୍ତବ୍ୟର ପ୍ଲାଟଫର୍ମ ହେବାର ସମ୍ଭାବନାକୁ ବିଶ୍ବାସ କରେ । ଏବଂ ଗଣତନ୍ତ୍ର ପାଇଁ ମୁକ୍ତ ବକ୍ତବ୍ୟ ଏକ ସାମାଜିକ ଜରୁରୀ ଅଟେ। ଟ୍ୱିଟରକୁ ବ୍ୟକ୍ତିଗତ କରିବା ପାଇଁ ମସ୍କ ପୂର୍ବରୁ ଯୋଜନା ପ୍ରସ୍ତାବ ଦେଇଛି। ଟେସଲା ସହ-ପ୍ରତିଷ୍ଠାତା ଅତୀତରେ ପ୍ଲାଟଫର୍ମରେ ଏକ ‘ଏଡିଟ୍ ବଟନ୍’ ବିଷୟରେ ମଧ୍ୟ କହିଥିଲେ।