ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶା ବର୍ତ୍ତମାନ ଖରାରେ ସିଝୁଛି। ଲାଗୁଛି ଯେମିତି ଅଗ୍ନି ବର୍ଷା ହେଉଛି। ପଶ୍ଚିମରୁ ଉପକୂଳ ଏବଂ ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହେବାର ଲାଗିଛି । ମଧ୍ୟାହ୍ନ ସମୟରେ ଖରାରେ ବହାରକୁ ପାଦ ହେଇ ହେଉ ନାହିଁ। ରାଜ୍ୟରେ ପ୍ରଚଣ୍ଡ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏହା ଛଡା ଭୁବନେଶ୍ୱର ଯେଉଁ ପରିମାଣଣ ତାତି ବଢ଼ୁଛି ତାହା ସହ୍ୟ କରିହେଉ ନାହିଁ। ଭୁବନେଶ୍ଵର , ସୁବର୍ଣ୍ଣପୁର , ତାଳଚେର ଏବଂ ଅନୁଗୋଳ ତତଲା କଡେଇରେ ଆଉଟୁପାଉଟୁ ହେଉଛି । ଚଳିତ ବର୍ଷ ଏପ୍ରିଲରେ ସର୍ବାଧିକ ତାପମାତ୍ରା ବିଶେଷ ବୃଦ୍ଧି ପାଇବନାହିଁ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ହେଲେ ଏପ୍ରିଲରେଯୋଗୁଁ ୨୮ ସହରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି । ତେବେ ତାପମାତ୍ରା ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏପରି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଖରାକୁ ଦେଖି ରାଜ୍ୟ ସରକାର ସ୍କୁଲ ଛୁଟି ମଧ୍ୟ କରିଛନ୍ତି। ତେବେ ଆଗାମୀ ୫ ଦିନ କରେ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବ ବୋଲି ସୂଚନା ମିଳିଛି।