ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମହିଳା ଯାତ୍ରୀଙ୍କର ଜୀବନ ରକ୍ଷା କରିଲେ ହୋମ ଗାର୍ଡ । ମୁମ୍ବାଇଁର ଏକ ଚଳନ୍ତା ଟ୍ରେନରେ ଚଢ଼ିବା ସମୟରେ ପ୍ଲାଟଫର୍ମରେ ଏକ ମହିଳାଙ୍କୁ ଉଦ୍ଧାର କରିଲେ । ମହିଳା ଜଣକ ଟ୍ରେନରୁ ଡେଇଁପଡିଥିଲେ କିନ୍ତୁ ପ୍ଲାଟଫର୍ମରେ ଅବତରଣ କରିବାବେଳେ ଭାରସାମ୍ୟ ହରାଇଥିଲେ।
ସନ୍ତୁଳନ ଫେରାଇବାକୁ ଚେଷ୍ଟା କରୁଥିବାବେଳେ ମହିଳା ଜଣକ ଟ୍ରେନର ପ୍ରବେଶ ପଥରେ ଥିବା ହ୍ୟାଣ୍ଡେଲକୁ ଧରି ରଖିବାରେ ଲାଗିଲେ । ଟ୍ରେନ୍ ଗତିଶୀଳ ହେବାରେ ଲାଗିଥିବା ବେଳେ ମହିଳା ଜଣକ ଆଗକୁ ଟାଣି ହୋଇ ଭାରସାମ୍ୟ ହରାଇଲେ।
ହୋମଗାର୍ଡ ସଙ୍ଗେ ସଙ୍ଗେ ଟ୍ରେନକୁ ଓହ୍ଲାଇ କରି ଟ୍ରେନ ଏବଂ ପ୍ଲାଟଫର୍ମ ମଧ୍ୟରେ ଥିବା ଫାଙ୍କରୁ ତାଙ୍କୁ ଟାଣି ନେଇ ଜୀବନ ରକ୍ଷା କରିଥିଲେ। ମୁମ୍ବାଇର ଯୋଗେଶ୍ୱରୀ ଷ୍ଟେସନରେ ଘଟିଥିବା ଏହି ଦୁଃଖଦ ଘଟଣାର ଏକ ଭିଡିଓ ଅନଲାଇନରେ ପ୍ରକାଶ ପାଇଛି। ତାଙ୍କ ସତର୍କତା ପାଇଁ ହୋମଗାର୍ଡଙ୍କୁ ପୁରସ୍କୃତ କରାଯାଇଛି ବୋଲି ମୁମ୍ବାଇର ପୋଲିସ କମିଶନର (ରେଳବାଇ) କହିଛନ୍ତି।
ତାଙ୍କ ଉପସ୍ଥିତି ବୁଦ୍ଧି, ସତର୍କତା ଏବଂ କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ହୋଇଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଛି ବୋଲି ସୂଚନା ମିଳିଛି। ଏହି ଭିଡିଓରେ ଅତି କମରେ ଅନ୍ୟ ଦୁଇଜଣ ଯାତ୍ରୀ ଚଳନ୍ତା ଟ୍ରେନରୁ ଡେଇଁପଡି ପ୍ଲାଟଫର୍ମ ଉପରେ ପଡ଼ିଥିବାର ଦେଖାଯାଇଛି।ଏହି ଘଟଣା ପରେ ସରକାରୀ ରେଳ ପୋଲିସ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଏଭଳି ଘଟଣାକୁ ବାରମ୍ବାର ନ ଦୋହରାଇବା ପାଇଁ। ଏହି କାରଣରୁ ବାରମ୍ବାର ରେଳ ଦୁର୍ଘଟଣା ହେଉଥିବାର ଦେଖିବାକୁ ମିଳିଛି।