ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜଧାନୀ ରେ ତାପମାତ୍ରା କମିବାରେ ନା ନେଉ ନାହିଁ। ଆଜି ମଧ୍ୟ ରାଜ୍ୟରେ ପାରଦ ତଳକୁ ଖସିବାରେ ନାହିଁ। ଡହଡହ ତାତିରେ ଆଉଟ ପାଉଟୁ ହେଉଛନ୍ତି ରାଜ୍ୟବାସୀ । ଏପ୍ରିଲ ପହିଲାରୁ ସାରା ପଶ୍ଚିମ ଓଡ଼ିଶା ଜଳୁଥିଲାବେଳେ ଏବେ ଉପକୂଳରେ ଭୀଷଣ ଦ୍ବୈତନଗରୀ ସମେତ ଅନ୍ୟାନ୍ୟ ସ୍ଥାନରେ ପାରଦ ୪୧ଡିଗ୍ରୀ ଟପିଛି । ୪୨.୧ ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଏହାସହ ରାଜଧାନୀରେ ମଧ୍ୟ ତାତି ବଢ଼ିଛି। ତେବେ ଆଗାମୀ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ ରୁ ୫ ଡିଗ୍ରୀଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଫଳରେ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଥିବା ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଗତ କିଛି ଦିନ ହେଲା ପଶ୍ଚିମରେ ସୁବର୍ଣ୍ଣପୁର , ବଲାଙ୍ଗୀର ,ଟିଟିଲାଗଡ ଓ ବୌଦ୍ଧରେ ସର୍ବାଧିକ ତାପମାତ୍ରା ଅଧିକ ରହିଥିବା ।