ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର , ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ୫ - ଟି ଶାସନ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ କେନ୍ଦୁଝର ଜିଲ୍ଲାଗସ୍ତ କରି କାନପୁର ବୃହତ ଜଳ ସେଚନ ଡ୍ୟାମ୍ ନିର୍ମାଣ , ବିଦ୍ୟାଳୟ ରୂପାନ୍ତରଣ ଏବଂ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ନରେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଜିଲ୍ଲାରେ ପହଞ୍ଚିବାପରେ କାନପୁର ଡ୍ୟାମ୍ ନିର୍ମାଣ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ । ପରେ ପରେ ସ୍ଥାନୀୟ ହିଲ୍ ଟପ୍ ଗେଷ୍ଟ ହାଉସ୍ରେ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଡ୍ୟାମ୍ ନିର୍ମାଣରେ ନିୟୋଜିତ ଯନ୍ତ୍ରୀମାନଙ୍କ ସହ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରି ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ କାର୍ଯ୍ୟାନ୍ଵୟନ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସମୀକ୍ଷା ବୈଠକ ପରେ ଏହି ଟିମ୍ ସ୍ଥାନୀୟ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର ସୁଫଳ ବିଷୟରେ ସିଧାସଳଖ ଆଲୋଚନା କରିଥିଲେ । ଏହି ସମୟରେ ଟିମ୍ ମଧ୍ୟ ମଧ୍ୟାହ୍ନ ଭୋଜନର ଗୁଣାତ୍ମକମାନ ଓ କ୍ରୀଡାଭିତ୍ତିଭୂମି ଯାଞ୍ଚ କରିଥିଲେ । ଗସ୍ତ ସମୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ କାନପୁର ଜଳ ସେଚନ ଡ୍ୟାମ୍ କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ଆବଶ୍ୟକତା ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହାର ନିର୍ମାଣକାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ୨୦୨୩ ମସିହା ଡିସେମ୍ବର ଶେଷସୁଦ୍ଧା ଡ୍ୟାମ୍ର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପ୍ରକଳ୍ପ ଦ୍ବାରା କେନାଲ୍ ମାଧ୍ୟମରେ ପ୍ରାୟ ୩୦ ହଜାର ହେକ୍ଟର ଏବଂ ପାଇପ୍ ଯୋଗେ ଉଠା ଜଳସେଚନ ଦ୍ବାରା ପ୍ରାୟ ୧୦ ହଜାର ହେକ୍ଟର ଏହିପରି ସମୁଦାୟ ୪୦ ହଜାର ହେକ୍ଟର ଜମି ଜଳସେଚିତ ହେବ । ଯୋଡା ବ୍ଲକ୍ର ବାସୁଦେବପୁରଠାରେ ବୈତରଣୀ ନଦୀଉପରେ ନିର୍ମାଣ ହେଉଥିବା ଏହି ଡ୍ୟାମ୍ ଦ୍ବାରା ଚମ୍ପୁଆ , ଝୁମ୍ପୁରା , ପାଟଣା , କେନ୍ଦୁଝର ସଦର ଏବଂ ଯୋଡ଼ାବ୍ଲକ୍ ଅନ୍ତର୍ଗତ ୨୪୪ଟି ଗ୍ରାମର ଅଧିକାରୀମାନେ ଉପକୃତ ହେବେ । ଶ୍ରୀ ମହାପାତ୍ର ଆହୁରିମଧ୍ୟ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲାର ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି ।

୨୦୨୩ ମସିହା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଘରକୁ ପାଇପ୍ ଯୋଗେ ଜଳଯୋଗାଣ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ବାସୁଦେବପୁର ସ୍ଥିତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ । ବିଦ୍ୟାଳୟରେ ଉନ୍ନତ୍ତମାନର ସ୍ମାର୍ଟ କ୍ଲାସ୍ ରୁମ୍ , ବିଜ୍ଞାନ ପରୀକ୍ଷାଗାର , ପୁସ୍ତକାଗାର , ହଷ୍ଟେଲ୍ , ଖେଳ ପଡ଼ିଆ ଏବଂ ସବୁଜ ସୁନ୍ଦର ବିଦ୍ୟାଳୟ ପରିସର ସୃଷ୍ଟି କରାଯାଇଛି । ଏହି ପ୍ରକଳ୍ପ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣକୁ ସମୃଦ୍ଧ କରିବା ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି ।