ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗତ ଦୁଇ ବର୍ଷ ଧରି କୋଭିତ ମହାମାରୀରେ ଆମ ରାଜ୍ୟ ତଥା ଦେଶର ଜନଜୀବନକୁ ଏହା ଘୋର ପ୍ରଭାବିତ କରିବା ସହ ଅର୍ଥନୀତିକୁ ଦୁର୍ବଳ କରିଛି। କରୋନାର ପ୍ରଭାବରେ ଅର୍ଥନୀତି ସଙ୍କୁଚିତ ହେବା ସତ୍ତ୍ବେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଗତ ଦୁଇ ବର୍ଷ ଧରି ଏହାର ବାର୍ଷିକ ବ୍ୟବସାୟ ଏବଂ ଲାଭାଂଶରେ ଅଭିବୃଦ୍ଧି କରିପାରିଛି । ଗତ ୨୦୨୧ – ୨୨ ମସିହା ଆର୍ଥିକ ବର୍ଷରେ ନିଗମର ବ୍ୟବସାୟ ପରିମାଣ ପ୍ରାୟ ୭୧୬.୨୨ କୋଟି ଟଙ୍କା ହୋଇଥିବା ବେଳେ , ଲାଭ ୮.୮୩ କୋଟି ଟଙ୍କାରେ ପହଞ୍ଚି ପାରିଛି ଏବଂ ଗତ ୨୦୧୯ – ୨୦ ଆର୍ଥିକ ବର୍ଷ ତୁଳନାରେ ବ୍ୟବସାୟର ଅଭିବୃଦ୍ଧି ପ୍ରାୟ ୪୦ ପ୍ରତିଶତ ହୋଇପାରିଛି । ନିଗମର ପରିଚାଳନା ବୋର୍ଡ ଗତ ତା ୨୮.୦୩.୨୦୨୨ ରିଖ ବୈଠକରେ ୧.୪୦ କୋଟି ଟଙ୍କାର ଲାଭାଂଶ ରାଜ୍ୟ ସରକାରଙ୍କୁ ଡିଭିଡେଣ୍ଡ ( Dividend ) ବାବଦରେ ପ୍ରଦାନ କରିବାକୁ ଅନୁମୋଦନ କରିବା ପରେ , ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ତାଙ୍କର ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଭର୍ଚ୍ଚୁଆଲ ମାଧ୍ୟମ ଉପସ୍ଥିତିରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ କୁମାର ସାହୁ ଡିଭିଡେଣ୍ଡର ଚେକ୍ ଆଜି ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଶିଳ୍ପ , ଶକ୍ତି ଓ ଗୃହ ବିଭାଗର ରାଜ୍ୟମନ୍ତ୍ରୀ କ୍ୟାପଟେନ୍ ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା , ଆଇ.ଏ.ଏସ୍ . ଓ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସାଜିକ୍ ଆଲାମ , ଆଇ.ଏ.ଏସ୍ . ପ୍ରମୁଖ ଉପସ୍ଥିତ ରହିଥିଲେ । ନିଗମ ଗତ ଦୁଇଟି ଆର୍ଥିକ ବର୍ଷରେ ମୁଖ୍ୟ ବ୍ୟବସାୟ Raw material banking କରିବା ଛଡା ବ୍ୟବସାୟର ମୌଳିକ ପରିବର୍ତ୍ତନ କରାଯାଇ ମାର୍କେଟିଂ ସପୋର୍ଟ ପ୍ରଦାନ କରି ବ୍ୟବସାୟର ଅଭିବୃଦ୍ଧି କରାଯାଇଛି । ସରକାରଙ୍କ 5T ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗ୍ସିପ୍ ପ୍ରୋଜେକ୍ଟ ଯଥା , ବିଦ୍ୟାଳୟ ଗୁଡିକର Transformation , ଗ୍ରାମ୍ୟ ବିଦ୍ୟୁତ୍ ସଂଯୋଗୀକରଣ ତଥା ଉଚ୍ଚ ଶିକ୍ଷା କ୍ଷେତ୍ରରେ ହେଉଥିବା Infrastructural Development କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ ହାତକୁ ନେଇ ବ୍ୟବସାୟର କଳେବର ବୃଦ୍ଧି କରିପାରିଛି । ଏହାକୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଲଘୁ ତଥା ମଧ୍ୟମ ଉଦ୍ୟୋଗ ମାନଙ୍କ କନ୍ସୋର୍ଟିଅମ୍ ଜରିଆରେ ରୂପାୟନ କରାଯାଇ ପାରିଛି । ଆଗାମୀ ବର୍ଷମାନଙ୍କରେ ନିଗମର ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯାଇ ଅଧିକରୁ ଅଧିକ ଲଘୁ ତଥା ମଧ୍ୟମ ଉଦ୍ୟୋଗଗୁଡିକର ପ୍ରଡକ୍ଟ ତଥା ସର୍ଭିସେସ୍ ପାଇଁ ବଜାର ସୃଷ୍ଟି କରିବାକୁ ବ୍ୟାପକ କ୍ଷେତ୍ର ସୃଷ୍ଟି କରିବାକୁ ପ୍ରୟାସ କରାଯିବ ବୋଲି ଆଶାପ୍ରକଟ କରିଛି । ନିଗମର କନ୍ସୋର୍ଟିଅମ୍ ମାର୍କେଟିଂ ଦ୍ବାରା ଗତ ଆର୍ଥିକ ବର୍ଷର ବ୍ୟବସାୟ ପ୍ରାୟ ୨୬୦ କୋଟି ଟଙ୍କାରୁ ଆଗାମୀ ଆର୍ଥିକ ବର୍ଷକୁ ୫୦୦ କୋଟି ଟଙ୍କାର ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ଗୁଡିକର ବଜାର ସୃଷ୍ଟି ପାଇଁ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରିବାକୁ ପ୍ରୟାସ କରାଯିବା ସହ ଆଗାମୀ ୨ ବର୍ଷ ମଧ୍ୟରେ ନିଗମର ବ୍ୟବସାୟ ୧୦୦୦ କୋଟି ଟଙ୍କା ଏବଂ ୧୦୦୦ ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ୧୦୦୦ ସ୍କାର୍ଟ ଅପ୍ ମାନଙ୍କର ବଜାର ସୃଷ୍ଟି କରିବା ପାଇଁ ହ୍ୟାଣ୍ଡ୍ ହୋଲଡିଂ ସପୋର୍ଟ ଦେବାକୁ ଲକ୍ଷ୍ୟ ରଖିଛି।