ସନ୍ଷ୍ଟାର ଟିଭି ବ୍ୟୁରୋ
ଚଳିତ ବର୍ଷ ସହରୀ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଓଡିଶା ହାସଲ କରିଛି ଏକ ନମ୍ବର ସ୍ଥାନ । ଏନଜିଓ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେ ରିର୍ପୋଟ ଅନୁସାରେ ମହାରାଷ୍ଟ୍ରକୁ ପଛରେ ପକାଇ ଆଗରେ ରହିଛି ଓଡିଶା । ଦେଶର ବଛା ବଛା ୪୦ ସହର ଓ ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ ୩ବର୍ଷ ଧରି ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଥିଲା।
ସହର ପ୍ରଶାସନ ଦୃଢିକରଣ , ନାଗରିକ ସଶକ୍ତିକରଣ ଓ ଆର୍ଥିକ ଉନ୍ନତି ଭଳି ବିଭିନ୍ନ ପ୍ରସଙ୍ଗ ଆଧାରରେ ରାଜ୍ୟଗୁଡିକର ରିପୋର୍ଟ କାର୍ଡ ନିର୍ଣ୍ଣୟ କରାଯାଇଛି । ଓଡିଶା ୫୬ ଦଶମିକ ୮୬ ପ୍ରତିଶତ ସହ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ୫୫ ଦଶମିକ ୧୫ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ରିପୋର୍ଟ ଅନୁଯାଇ ଛତିଶଗଡ ତୃତୀୟ ଏବଂ କେରଳ ଚତୁର୍ଥ ଓ ମଧ୍ୟପ୍ରଦେଶ ପଂଚମ ସ୍ଥାନରେ ଅଛନ୍ତି । ତେବେ ସୂଚନା ଅନୁସାରେ, କୌଣସି ରାଜ୍ୟ ୫୭ ପ୍ରତିଶତରୁ ଅଧିକ ସ୍କୋର କରିନାହାନ୍ତି । ଏହି ସର୍ଭେରେ ୨୦ରୁ କମ ସ୍କୋର ରଖିଥିବା ରାଜ୍ୟଗୁଡିକ ହେଲା ଝାଡଖଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ , ମଣିପୁର ଓ ନାଗାଲାଣ୍ଡ ।