ସନଷ୍ଟାର ଟିଭି ବ୍ୟୁରୋ
କାବୁଲ: ପଶ୍ଚିମ କାବୁଲରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨୦ ରୁ ଅଧିକ ହୋଇଛି ବୋଲି 1TV ନ୍ୟୁଜ୍ ପ୍ରସାରଣକାରୀ ସୂତ୍ରରୁ ପ୍ରକାଶ ପାଇଛି। ଏହାପୂର୍ବରୁ ସ୍ଥାନୀୟ ସୁତ୍ର ସ୍ପୁଟନିକରୁ ପ୍ରକାଶ କହିଛି ଯେ ରାଜଧାନୀର ଦାସ୍ତେଇ-ଇ-ବାରଚି ଜିଲ୍ଲାର ଅବଦୁଲ ରହୀମ ସହିଦ ଉଚ୍ଚ ବିଦ୍ୟାଳୟରେ ବିସ୍ଫୋରଣ ଘଟି ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ପରେ ସହରର ସୁରକ୍ଷା ବିଭାଗ କହିଛି ଯେ ସ୍କୁଲ ପରିସରରେ ତିନୋଟି ବିସ୍ଫୋରଣ ଘଟିଛି। ଏହାପୂର୍ବରୁ କାବୁଲର ପଶ୍ଚିମ ଭାଗରେ ଥିବା ମୁମତାଜ ସ୍କୁଲ ପରିସରରେ ଆଉ ଏକ ବିସ୍ଫୋରଣ ଘଟିଥିଲା।