ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ବଲିଉଡର ନୂତନ ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁର କେବଳ ବହୁ ଚର୍ଚ୍ଚିତ ଅଭିନେତାମାନଙ୍କ ମଧ୍ୟରେ ନୁହଁନ୍ତି ବରଂ ସବୁଠାରୁ ସଫଳ ଦମ୍ପତି ମଧ୍ୟ ହୋଇଛନ୍ତି। ପ୍ରଶଂସକଙ୍କ ମାନଙ୍କ ଲୋକପ୍ରିୟତା ସେମାନଙ୍କୁ ବ୍ରାଣ୍ଡରେ ପରିଣତ କରିଛି। ତେବେ ଏହି ଦମ୍ପତି ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକ। ଯଦି ଆମେ ଦୁହିଁଙ୍କର ବାର୍ଷିକ ଆୟ ଉପରେ ନଜର ପକାଇବା ତାହାଲେ ଏହି ଦୁହିଁ ଅଭିନେତା ମାନଙ୍କର ଆୟ ୭୦୦ କୋଟିରୁ ଅଧିକ ବୋଲି ଜଣାଯାଉଛି। ୨୦୨୧ ମସିହାରେ ଆଲିଆଙ୍କ ବାର୍ଷିକ ମୂଲ୍ୟ ୫୧୭ କୋଟି ମୂଲ୍ୟରେ ହୋଇଥିଲା। ସୂତ୍ର ଅନୁଯାୟୀ ଉଭୟ ମିଳିତ ରୋଜଗାରର ମୂଲ୍ୟ ୭୨୦ କୋଟି ଟଙ୍କା ବୋଲି ସୂଚନା ମିଳିଛି।
ଶିଳ୍ପ ସୂତ୍ରରୁ ପ୍ରକାଶ ଯେ ଆଲିଆ ବର୍ତ୍ତମାନ ଏକ ଚଳଚିତ୍ର ପାଇଁ ୧୫-୧୮ କୋଟି ମଧ୍ୟରେ ଚାର୍ଜ କରୁଛନ୍ତି । ବାନ୍ଦ୍ରାଠାରେ ଆଲିଆ ଭଟ୍ଟଙ୍କର ୩୨ କୋଟି ଡଲାର ମୂଲ୍ୟର ଏକ ବଙ୍ଗଳା ଅଛି। ଲଣ୍ଡନରେ ତାଙ୍କର ଏକ ଘର ମଧ୍ୟ ଅଛି।ଏହାସହ ତାଙ୍କ ଲ୍ୟାଣ୍ଡ ରେଞ୍ଜ ରୋଭର ଏବଂ ବିଏମଡବ୍ଲୁ ୭ ସିରିଜ୍ ପରି ମହଙ୍ଗା ଗାଡି ମଧ୍ୟ ରହିଛି।
ସେହିପରି ରଣବୀର ଫିଲ୍ମ ପାଇଁ ୫୦ କୋଟି ଚାର୍ଜ କରୁଥିବାବେଳେ ଆଲିଆଙ୍କ ଠାରୁ ପ୍ରାୟ ତିନି ଗୁଣ ଅଧିକ ଅଟେ। ତାଙ୍କର ଶେଷ ରିଲିଜ୍ ପ୍ରାୟ ଚାରି ବର୍ଷ ପୂର୍ବେ ସଞ୍ଜୁ ଥିଲା। ଯଦିଓ ରଣବୀର ସୋସିଆଲ ମିଡିଆରେ ନାହାଁନ୍ତି, ତାଙ୍କର ଫ୍ୟାନ୍ ବେସ୍ ବ୍ରାଣ୍ଡ ତାଙ୍କୁ ଅଧିକ ପସନ୍ଦ କରନ୍ତି। ବ୍ରାଣ୍ଡ୍ ସୁଟ୍ ପାଇଁ ସେ ପ୍ରାୟ ୬ କୋଟି ଟଙ୍କା ଆଦାୟ କରୁଥିବା ଜଣାଯାଇଛି। ତେବେ ଯଦି ଉଭୟଙ୍କର ଆୟ ଉପରେ ନଜର ପକାଇବା ତେବେ ତାଙ୍କର ଆୟ ୭୦୦ କୋଟି ରୁ ଅଧିକ ହେଉଥିବା ବେଳେ ଏହି ଦମ୍ପତ୍ତି ଧନୀ ମାନଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।