ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର : ୱାର୍ଲ୍ ଲିଡ଼ରସିସ୍ ଏକାଡେମୀ ଓ କିଟ୍ ବିଶ୍ଵବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରବିବାର ଚିରନ୍ତନ ସମାଜ ଗଠନରେ ଶିକ୍ଷାର ପ୍ରାସଙ୍ଗିକତା ଉପରେ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ସଭାପତିତ୍ବ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ , ଶିକ୍ଷା ଓ ସାମାଜିକ ବିକାଶ ପାଇଁ ଶୃଙ୍ଖଳା ଏକାନ୍ତ ଆବଶ୍ୟକ । ରାଜ୍ୟରେ ଶହେରୁ ଊର୍ଦ୍ଧ୍ବ ମହାବିଦ୍ୟାଳୟର ଶିକ୍ଷାଗତ ମାନ ବୃଦ୍ଧି କରାଇ କିଭଳି ସେହି ମହାବିଦ୍ୟାଳୟଗୁଡ଼ିକ ନାକ ମାନ୍ୟତା ପାଇପାରିବେ ସେ ଦିଗରେ କିଟ୍ ବିଶ୍ଵବିଦ୍ୟାଳୟ ଆବଶ୍ୟକ ସହଯୋଗ ଯୋଗାଇ ଦେଇ ଆସୁଛି । ଏହା ସହ ଜନ୍ନତ ଗବେଷଣା ପାଇଁ ନିଃଶୁଳ୍କ ଇ – ପାଠାଗାର , ଇ – ପରୀକ୍ଷାଗାର ଆଦି ସୁବିଧା ମଧ୍ୟ କିଟ୍ ପକ୍ଷରୁ ଯୋଗାଇ ଦିଆଯାଇଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ଆଲୋଚନାଚକ୍ରରେ ଯୋଗ ଦେଇଥିବା ଅଧ୍ୟାପିକା ଅଧ୍ୟାପିକାମାନଙ୍କୁ ଶିକ୍ଷାର ବିକାଶ ନିମନ୍ତେ ୪ ସୂତ୍ରୀ ମନ୍ତ୍ର ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରୁ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସମେତ ୫ଶହରୁ ଊର୍ଶ ମହାବିଦ୍ୟାଳୟ ଅଧ୍ୟକ୍ଷ , ଅଧ୍ୟାପକ , ଅଧ୍ୟାପିକା ଯୋଗ ଦେଇଥିଲେ । ଦିନ ତମାମ ଶିକ୍ଷାର ପ୍ରାସଙ୍ଗିକତା ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହା ସହ ଶିକ୍ଷାର ବିକାଶ ନେଇ କିଟ୍ ବିଶ୍ବବିଦ୍ୟାଳୟ ଓ ୨୦ରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ , ଗଙ୍ଗାଧରମେହେର ବିଶ୍ବବିଦ୍ୟାଳୟ କୁକପତି ପ୍ରଫେସର ଏନ୍ ନାଗରାଜୁ , ଖଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି , ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତା , ସମ୍ବଲପୁରସ୍ଥିତ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅର୍କ କୁମାର ଦାସମହାପାତ୍ର , ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ , ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ଏବଂ କିସ୍ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରମୁଖ ଯୋଗ ଦେଇ ସ୍ଥାୟୀ ସମାଜ ଗଠନ ଦିଗରେ ଶିକ୍ଷାର ଭୂମିକା ଉପରେ ଆଲୋଚନା କରିଥିଲେ । ୱାର୍ଚ୍ଚ ଲିଡ଼ରସିପ୍ ଏକାଡ଼େମୀ ସଦସ୍ୟ ପ୍ରଫେସର ଜୟନ୍ତ ପରିଡ଼ା ସ୍ଵାଗତ ଭାଷଣ ଦେଇଥିବା ବେଳେ ଏକାଡ଼େମୀର ଯୁଗ୍ମ ସମ୍ପାଦକ ଚିନ୍ମୟ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।