ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଖରାଦିନିଆ ଦିନରେ ଆମକୁ ଆମର ତ୍ୱଚାର ଯତ୍ନ ଅଧିକ ନେବାକୁ ପଡିଥାଏ। କାରଣ ଖରାଦିନେ ସୂର୍ଯ୍ୟଙ୍କ ପ୍ରଖର କିରଣରେ ତ୍ବଚା ମଳିନ ପଡ଼ିବା ସାଧାରଣ ସମସ୍ୟା ହେବା ସହ ମୁହଁରେ ଛୋଟ ଛୋଟ ବ୍ରଣ ଆଦି ଅନେକ ସମମ୍ୟା ଦେଖା ଦେଇଥାଏ । ତ୍ବଚାର ଏଇ ଅସୁବିଧାକୁ ଦୂରେଇବା ପାଇଁ କେତୋଟି ସହଜ ଘରୋଇ ଉପଚାର ଆପଣ ମାନଙ୍କୁ ଜାଣି ରଖିବା ଆବଶ୍ୟକ । ତେବେ ଚାଲନ୍ତୁ , ସେ ବିଷୟରେ ଜାଣିବେ ।
-
ଦହିରେ ଲ୍ୟାକଟିକ୍ ଅମ୍ଳ ଥାଏ , ସେଥିରୁ ୨ ଚାମଚ ନେବେ । ସେଥିରେ ବିଲାତି ରସ ୨ଚାମଚ ମିଶାଇ ମୁହଁ , ହାତ, ବେକ , ପାଦରେ ଲଗାଇ ୧୫ ମିନିଟ୍ ପରେ ଧୋଇବେ । ପ୍ରତିଦିନ ଏହି ମିଶ୍ରଣ ଲଗାଇଲେ ତ୍ୱଚାରେ ଚମକ ଆସିବା ସହ ଦାଗ , ବ୍ରଣ ଦୂର ହୋଇଥାଏ ।
-
ଖରାଦିନରେ ଝାଳ ବାହାରିବା ଦ୍ବାରା ବହୁ ଅସ୍ତବ୍ୟସ୍ତ ଲାଗେ । ତେଣୁ ସତେଜ ଅନୁଭବ କରିବା ପାଇଁ ଘରକୁ ଫେରିବା ପରେ କାକୁଡ଼ି ରସରେ ଚିମୁଟାଏ ହଳଦୀ ମିଶାଇ ପୂରା ମୁହଁରେ ଲଗାଇବେ । ଏହା ଶୁଖିଯିବା ପରେ ଏହାକୁ ଭଲ ଭାବରେ ଧୋଇନେବେ ।
-
ବେସନ ଅଧ ଚାମଚ , ହଳଦୀ ଚିମୁଟାଏରେ କଞ୍ଚା କ୍ଷୀର ମିଶାଇ ପ୍ୟାକ୍ ତିଆରି କରନ୍ତୁ । ଏହି ମିଶ୍ରଣ ତ୍ଵଚା ପାଇଁ ଅଧିକ ଭଲରେ ୨୦ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାନ୍ତୁ। ଏହାପରେ ତ୍ବଚାକୁ ଭଲଭାବରେ ପାଣିରେ ଧୋଇ ଦିଅନ୍ତୁ।
-
ଗାଜର ରସର କରାମତି ମଧ୍ୟ କିଛି କମ୍ ନୁହେଁ । ଗାଜର ରସ ରେ ବେସନ ମିଶାଇ ମୁହଁରେ ଲଗାଇପାରିବେ । ଏହି ପ୍ୟାକ୍ ଗାଧୋଇବା ପୂର୍ବରୁ ଲଗାଇବା ଭଲ । ଏହା ସୂର୍ଯ୍ୟ କିରଣରୁ ଆସୁଥିବା ଖରାପ କିରଣକୁ ରୋକିଥାଏ।
ତେବେ ଏଭଳି କିଛି ଘରୋଇ ଉପାୟ କରିବା ଦ୍ବାରା ଆପଣ ଆପଣଙ୍କର ତ୍ବଚାର ଯତ୍ନ ନେଇପାରିବେ ।ଏହା ସହ ଖରାଦିନରେ ବହୁ ପାଣି ପିଇବା ଆବଶ୍ୟକ। ଏହାବାଦ ଆପଣକୁ ଫଳ ଯଥା ଯେଉଁଥିରେ ଅଧିକ ଜଳୀୟଅଂଶ ରହିଥାଏ ସେହି ଫଳ ସେବନ କରିପାରିବେ। ଏହା ଦ୍ବାରା ଆପଣଙ୍କ ଶରୀରରେ ଜଳଭାବ ଦେଖା ଦେବ ନାହିଁ କିମ୍ବା ପେଟ ଗରମ ହେବ ନାହିଁ।