ଆଜି ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନର ଭୋଟ ଗ୍ରହଣ ପର୍ଯ୍ୟାୟ। ସମସ୍ତ ପ୍ରାର୍ଥୀଙ୍କ କଡା କସରତର ଅନ୍ତ ଘଟାଇ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା। ଦୁଇଟି ଯାକ ନିର୍ବାଚନ ମଣ୍ଡଳୀର ଭୋଟ ଦାନ କେନ୍ଦ୍ରଗୁଡିକରେ କୋଭିଡ-19 ଗାଇଡଲାଇନର ସମସ୍ତ ନିୟମ ପାଳନ କରାଯାଇ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଚାଲିଛି। ବୁଥ ଗୁଡିକରେ ସମସ୍ତ ଭୋଟର ମାନଙ୍କୁ ମାଗଣାରେ ଗ୍ଲୋବ୍ସ, ମାକ୍ସ ଦିଆଯାଉଛି।
ମଧ୍ୟାହ୍ନ 1ଟା ସୁଦ୍ଧା ତିର୍ତ୍ତୋଲରେ 39.68 ପ୍ରତିଶତ ଓ ବାଲେଶ୍ବରରେ27.60 ପ୍ରତିଶତ ମତଦାତା ଭୋଟ ଦେଇସାରିଛନ୍ତି। ପ୍ରମୁଖ ଦଳର ପ୍ରାର୍ଥୀମାନେ ମଧ୍ୟ ନିଜର ମତ ଦେଇସାରିଲେଣି । ସକାଳ 7 ଟାରୁ ଅପରାହ୍ନ 6ଟା ଯାଏଁ ମତଦାନ ଚାଲିବ ।ଅପରାହ୍ନ 3 ଟା ପରେ ଇନ୍ଫ୍ରାରେଡ୍ ଥର୍ମୋମିଟରରେ 38 ଡିଗ୍ରୀ ଉପରକୁ ତାପମାତ୍ରା ଥିବ ଭୋଟରମାନେ ଭୋଟ ଦେଇପାରିବେ।