ସନଷ୍ଟାର ଟିଭି ବ୍ୟୁରୋ ;
ଏପ୍ରିଲ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶରେ ବ୍ୟାଙ୍କ ସେବା ଗୁଡିକ କ୍ରମାଗତ ଭାବରେ ବନ୍ଦ ରହିବ । ଏପ୍ରିଲ୧୪ ତାରିଖରେ ଆମ୍ବେଦକରଙ୍କ ଜୟନ୍ତି ହୋଇଥିବାରୁ ଏହା ଏକ ଜାତୀୟ ଛୁଟି ଦିନ । ଏପ୍ରିଲ ୧୫ ତାରିଖରେ ଗୁଡ୍ ଫାଇଡେ । ଏପ୍ରିଲ ୧୬ ତାରିଖରେ ଆସାମର ପ୍ରସିଦ୍ଧ ବିହୁ ପର୍ବ ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ ବୋଲି କୁହାଯାଇଛି । ଏପ୍ରିଲ ୧୭ ତାରିଖ ରବିବାର । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୪ ଦିନ ଛୁଟି ଘୋଷାଣା କରାଯାଇଛି