ସନଷ୍ଟାର ଟିଭି ବ୍ୟୁରୋ

ସେମିଳିଗୁଡା:ସେମିଳିଗୁଡାରେ ଘଟିଛି ଅଭାବନୀୟ ଘଟଣା । ବୁଦା ମଧ୍ୟରୁ ଉଦ୍ଧାର କରାଯାଇଛି ନବଜାତ କନ୍ୟା ସନ୍ତାନ । ସେମିଳିଗୁଡା ମହାବିଦ୍ୟାଳୟ ନିକଟ ବୁଦା ମଧ୍ୟରୁ ନବଜାତ କନ୍ୟା ସନ୍ତାନକୁ ଉଦ୍ଧାର କରାଯାଇଛି। ଗୋଟିଏ ଅଖା ମଧ୍ୟରେ ବନ୍ଧାହୋଇଥିବା ଅବସ୍ଥାରେ ଶିଶୁ ଟିକୁ ଉଦ୍ଧାର କରାଯାଇଛି। ଶିଶୁଟିର କାନ୍ଦ ଶୁଣି ସେହି ନିକଟରେ ଥିବା କିଛି ଯୁବକ ଶିଶୁ କନ୍ୟାଟିକୁ ଉଦ୍ଧାର କରି ସେମିଳିଗୁଡା ଥାନାକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ସୁନାବେଡା ଥାନା ପୋଲିସ ଓ ଚାଇଲଡ ଲାଇନ ଘଟଣା ସ୍ଥଳରେ ପହଞ୍ଚି ନବଜାତ ଶିଶୁ ଟିକୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଏହା ପରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲ SNCU ରେ ଶିଶୁ କନ୍ୟାକୁ ଭର୍ତ୍ତି କରାଯାଇଥିବା କୋରାପୁଟ ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ସୂଚନା ଦେଇଛନ୍ତି । ତେବେ ଶିଶୁଟିକୁ କିଏ ଏପରି ଅବସ୍ଥାରେ ସେଠାରେ ଛାଡି ଚାଲିଯାଇଛି ଏହା ବିଷୟରେ କାହାକୁ ସୂଚନା ମିଳି ନଥିବା ବେଳେ ଆଜିର ସମୟରେ ଏଭଳି କାର୍ଯ୍ୟକୁ ନିନ୍ଦା ପ୍ରକାଶ କରାଯାଇଛି।