ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଦିନକୁ ଦିନ ଋୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାର ଲାଗିଛି । ଆଜିକୁ ନେଇ ୪୯ ଦିନ ହେବ ଯୁଦ୍ଧ ଲାଗିରହିଛି । ୟୁକ୍ରେନର ମାରିୟୁପୋଲ ସହର ଉପରେ ଋୁଷ ରସାୟନିକ ଆକ୍ରମଣ କରିଛି ବୋଲି ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରତି ଜେଲେନସ୍କି । ୟୁକ୍ରେନ୍ ଏଜୋବ୍ ରେଜିମେଣ୍ଟ ରିର୍ପୋଟ ଆଧାରରେ ଜେଲେନସ୍କି ଏପରି ଅଭିଯୋଗ କରିଛନ୍ତି ।
ମାରିୟୁପୋଲ ଉପରେ ବାରମ୍ବାର ଆକ୍ରମଣ କରୁଛି ଋୁଷ ସେନା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଋୁଷ ଏଥିପାଇଁ ଫସ୍ଫରସ ବାରୁଦ ବ୍ୟବହାର କରିଛି। ମାରିୟୁପୋଲରେ ଋୁଷ ଆକ୍ରମଣରେ ୧୦ ହଜାରୁ ଅଧିକ ଲୋକଙ୍କ ମୃତ୍ୟ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ୨୦ ହଜାର ଟପିବ ବୋଲି ମାରିୟୁପୋଲ ମେୟର ଆଶଙ୍କା କରିଛନ୍ତି । ସରକାର ଏ ଦିଗରେ ଅଧିକ ତଦନ୍ତ କରୁଛନ୍ତି ବୋଲି ୟୁକ୍ରେନ୍ର ଉପ ପ୍ରତିରକ୍ଷା ମନ୍ରୀ ହାନ୍ନା ମଲିଲାର ସୂଚନା ଦେଇଛନ୍ତି ।