ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: ରାମ ନବମୀ ଶୋଭାଯାତ୍ରାରେ କିଛି ରାଜ୍ୟରେ ମାଡଗୋଳ ଏବଂ ବିକ୍ଷୋଭ ହୋଇଥିବା ବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାବି କରିଛନ୍ତି ଯେ ପ୍ରଭୁ ରାମଙ୍କ ହିନ୍ଦୁ ପର୍ବ ପାଳନ କରିଥିବା ସମୟରେ ଉତ୍ତର ପ୍ରଦେଶରେ କିଛି ଭି ଦଙ୍ଗା ଦେଖା ଦେଇନଥିଲା। ଯୋଗୀଙ୍କ କହିବା ଅନୁସାରେ ଏହା ବହୁ ଜନବହୁଳ ରାଜ୍ୟ ହୋଇଥିଲେ ମଧ୍ୟ ଏଠାରେ ୨୫ କୋଟି ଲୋକ ୬୦୦ ସ୍ଥାନରେ ରାମନବମୀ ପାଳନ କରୁଥିଲେ । ଏହାସହ ୟୁପି ରେ ରମଜାନ ମଧ୍ୟ ପାଳନ କରାଯାଉଛି। କିନ୍ତୁ ଏହା ବାଦ ଦଙ୍ଗା ଦୂରକଥା କୌଣସି ବିଦାଦ ମୁଣ୍ଡ ଟେକି ନଥିଲା। ଏଠାରେ ତୁ ତୁ ମେ ମେ ର କୌଣସି ସ୍ଥାନ ନାହିଁ। ସମସ୍ତେ ମର୍ଯ୍ୟଦା ପୁରୁଷୋତ୍ତମ ରାମଙ୍କର ଜନ୍ମ ଦିବସ ପାଳନ କରିଲେ। ତେବେ ଏହା ଜଣାଉଛି ଯେ ୟୁପିର ଲୋକମାନେ ପରିବର୍ତ୍ତନ ଆଡକୁ ମୁହାଁଉଛନ୍ତି। ଯୋଗୀ ଆଦିତ୍ୟନାଥ ଗତକାଲି ରାତିରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ଟ୍ୱିଟ୍ କରି ଏହି ବିବୃତ୍ତି ଦେଇଛନ୍ତି।