ସନଷ୍ଟାର ଟିଭି ବ୍ୟୁରୋ
ରାଞ୍ଚି: ରବିବାର ଦିନ ଝାଡଖଣ୍ଡର ଦେଓଗଡ ଜିଲ୍ଲାର ବାବା ବୈଦ୍ୟନାଥ ମନ୍ଦିର ନିକଟସ୍ଥ ଟ୍ରିକୁଟ ପାହାଡରେ ଏକ ରୋପୱେରେ କେବୁଲ କାର ପରସ୍ପର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବେଳେ ଅନେକ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।
ଅଧିକାରୀଙ୍କ କହିବାନୁସାରେ, ୪୮ ଜଣ ଲୋକ ରୋପୱେରେ ଅତି କମରେ ୧୨ ଟି କ୍ୟାବିନରେ ଅଟକି ରହିଛନ୍ତି ଏବଂ ଭାରତୀୟ ବାୟୁସେନା ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।ଘଟଣା ପରେ ରୋପୱେ ମ୍ୟାନେଜର ଏବଂ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରୁ ପଳାୟନ କରିଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। ତେବେ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଏନଡିଆରଏଫକୁ ସାହାଯ୍ୟ କରୁଛନ୍ତି।ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। କିଛି ଲୋକ ଏବେବି ରୋପୱେରେ ଥିବା କେବୁଲ କାରରେ ଅଟକି ରହିଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରାଯାଉଛି ।