ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଦେଶର ସରକାରୀ ଏବଂ ବେସରକାରୀ ଭେଷଜ ମହାବିଦ୍ୟାଳୟରେ ଉପଲବ୍ଧ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ( ନିଟ୍ ) ସ୍ନାତକ ( ୟୁଜି ) -୨୦୨୨ ଜୁଲାଇ ୧୭ରେ ଅନୁଷ୍ଠିତ ହେବାକୁଯାଉଛି । ଜାତୀୟ ପରୀକ୍ଷଣ ସଂସ୍ଥାନ ( ଏନଟିଏ ) ଦ୍ବାରା ପରିଚାଳିତ ଉକ୍ତ ପରୀକ୍ଷା ନିମନ୍ତେ ଏପ୍ରିଲ ୬ ତାରିଖ ମଧ୍ୟରାତିରୁ ପଞ୍ଜୀକରଣ ଆରମ୍ଭ ମାଧ୍ୟମରେ ହୋଇଛି । ପଞ୍ଜୀକରଣର ଶେଷ ଅବଧି ମେ ୭ ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ରହିଛି । ଡାକ୍ତରୀ ପାଠ୍ୟକ୍ରମ ପାଇଁ ଆଗ୍ରହୀ ବିଦ୍ୟାର୍ଥୀ ଚାହିଁଲେ ୱେବସାଇଟରେ ଲଗଇନ କରି ଆବେଦନ କରିପାରିବେ । ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫.୨୦ମିନିଟ ପର୍ଯ୍ୟନ୍ତ ଚାଲିବ । ୧୩ଟିଆଞ୍ଚଳିକ ଭାଷାରେ ୨୦୦ଟି ନମ୍ବର ପ୍ରଶ୍ନର ପ୍ରଶ୍ନପତ୍ର ଆସିବ । ଦେଶର ୫୪୩ ସହର ଏବଂ ବିଦେଶର ୧୪ ସହରରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି ।